Latest Odisha News

BREAKING NEWS

ଟ୍ୟୁବୱେଲ ପାଖରେ ପଡିଥିଲା ମୃତଦେହ; ପରିବାର ଲାେକେ କହିଲେ ଅଂଶୁଘାତ ମୃତ୍ୟୁ

ନୂଆପଡା: ଖରାର ପ୍ରକୋପ ବଢି ଚାଲିଥିବାେଳେ ନୂଆପଡା ଜିଲ୍ଲାରୁ ଆସିଛି ପ୍ରଥମ ଅଂଶୁଘାତ ଜନିତ ମୃତ୍ୟୃୁର ଖବର ।  ନୂଆପଡା ଥାନା ଗୋଡଫୁଲା ପଞ୍ଚାୟତ ଜୁନାନି ଗାଁର ବାଜେ ବିଭାର (୪୨) ଙ୍କ ମୃତ୍ୟୁ ଘଟିଛି । ତାଙ୍କର ଅଂଶୁଘାତ ଜନିତ ମୃତ୍ୟୁ ଘଟିଥିବା ପରିବାର ତରଫରୁ ଅଭିଯୋଗ ହୋଇଛି ।

ସୁଚନା ଅନୁସାରେ,  ବ୍ୟକ୍ତି ଜଣକ ଗତକାଲି ଅପରାହ୍ନ ୨ଟା ସମୟରେ ଗାଁ ପାଖ ଜଙ୍ଗଲକୁ ଜାଳେଣି କାଠ ସଂଗ୍ରହ କରିବାକୁ ଯାଇଥିଲେ । ହେଲେ  ସନ୍ଧ୍ୟା ସୁଧା ସେ ଘରକୁ ଫେରିନଥିଲେ।।  ଘରକୁ ଫେରିନଥିବାରୁ ପରିବାର ଲୋକେ  ଖୋଜାଖୋଜି କଲେ । ହେଲେ କେଉଁଠି ତାଙ୍କର ପତ୍ତା ମିଳିଲାନି ।  ସକାଳୁ ଲୋକମାନେ ଜଙ୍ଗଲ ଯିବା ସମୟରେ ଯୁନାନୀ ଗାଁର ଡ଼. ଅନିଲ କୁମାର ନାୟକଙ୍କ ଜମିରେ ଥିବା ନଳକୂପ ପାଖରେ ଉକ୍ତ ବ୍ୟକ୍ତିଙ୍କ ମୃତଦେହ ପଡ଼ିଥିବା ଦେଖିଥିଲେ ।

ପରିବାର ଲୋକଙ୍କୁ ଖବର ଦେବା ପରେ ସେ ମୃତ ଦେହକୁ ଚିହ୍ନଟ କରିଥିଲେ । ବର୍ତ୍ତମାନ୍ ସାରା ରାଜ୍ୟରେ ଖରାର ପ୍ରକୋପ ବଢ଼ି ଚାଲିଥିବା ରୁ ପରିବାର ତରଫରୁ ଅଂଶୁଘାତ ଜନିତ ମୃତ୍ୟୁ ଘଟିଥିବା ସନ୍ଧେହ କରି ସଦର ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି।। ବର୍ତ୍ତମାନ ସଦର ପୋଲିସ୍ ପହଞ୍ଚି ଅଧିକ ତଦନ୍ତ କରୁଥିବା ଜଣାପଡିଛି।।

ଏଠି କହିରଖିବୁ, ଗତକାଲି ନୂଆପଡା ଜିଲ୍ଲାରେ ତାପମାତ୍ର ୩୮.୯ ଡିଗ୍ରୀ ଥିଲା । ସାରା ରାଜ୍ୟରେ ଖରା ପ୍ରକୋପ ବଢୁଥିବେଳେ ଆହୁରି ୩ ଦିନ ଏପରି ସ୍ଥିତି ଲାଗି ରହିବ ବୋଲି କୁହାଯାଉଛି ।  ଏହାକୁ ଦୃଷ୍ଟିରେ ରଖି ଆଜି ପ୍ରଶାସନ ପକ୍ଷରୁ ଏକ ବୖେଠକ ଡକା ଯାଇଥିଲା । ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ଶ୍ରମିକମାନଙ୍କୁ ପୂର୍ବାହ୍ନ ୧୧ଟାରୁ ୩ଟା ଯାଏ କାମ ନ କରିବା ପାଇଁ କୁହାଯାଇଛି ।

Comments are closed.