Latest Odisha News

BREAKING NEWS

ଟି୨୦ ବିଶ୍ୱକପ: ସୁପର ଏଇଟର ଟିମ ଚୂଡାନ୍ତ

ଫ୍ଲୋରିଡା: ଚଳିତ ଟି୨୦ ବିଶ୍ୱକପ କ୍ରିକେଟର ସୁପର ଏଇଟ ପର୍ଯ୍ୟାୟ ପାଇଁ ଟିମ ଚୂଡାନ୍ତ ହୋଇଯାଇଛି । ନ୍ୟୁଜିଲାଣ୍ଡ-ପାପୁଆ ନିଉ ଗିନି ଓ ୱେଷ୍ଟଇଣ୍ଡିଜ-ଆଫଗାନିସ୍ତାନ ମ୍ୟାଚ ଖେଳାଯିବାକୁ ବାକି ଥିଲେ ମଧ୍ୟ ଏହାର ଫଳାଫଳ କିଛି ପ୍ରଭାବ ପକାଇବ ନାହିଁ । ଜୁନ ୧୯ରୁ ସୁପର ଏଇଟ ପର୍ଯ୍ୟାୟ ଆରମ୍ଭ ହେବ । ଭାରତ, ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା, ୱେଷ୍ଟଇଣ୍ଡିଜ, ଆଫଗାନିସ୍ତାନ, ଆମେରିକା, ଇଂଲଣ୍ଡ ଓ ବାଂଲାଦେଶ ଟିମ ଏଥିପାଇଁ ଉନ୍ନୀତ ହୋଇଛନ୍ତି । ନ୍ୟୁଜିଲାଣ୍ଡ, ପାକିସ୍ତାନ ଓ ଶ୍ରୀଲଙ୍କା ପରି ପୂର୍ବ ଚାମ୍ପିୟନ ଏଥର ନାଟକୀୟ ଢ଼ଙ୍ଗରେ ଗ୍ରୁପ ପର୍ଯ୍ୟାୟରୁ ବିଦାୟ ନେଇଛନ୍ତି । ଏଥର ନ୍ୟୁଜିଲାଣ୍ଡକୁ ଆଫଗାନିସ୍ତାନ, ପାକିସ୍ତାନକୁ ଆମେରିକା ହରାଇ ବଡ ବିପର୍ଯ୍ୟୟ ସୃଷ୍ଟି କରିଥିଲେ ।

ସୁପର ଏଇଟରେ ଟିମଗୁଡିକୁ ୨ ଭାଗରେ ଭାଗ କରାଯାଇଛି । ପ୍ରତ୍ୟେକ ଗ୍ରୁପରେ ଗୋଟିଏ ଟିମ ୩ଟି ମ୍ୟାଚ ଖେଳିବ । ଗ୍ରୁପର ଶୀର୍ଷ ୨ଟି ଟିମ ସେମିଫାଇନାଲରେ ପ୍ରବେଶ କରିବେ । ଜୁନ ୨୬ ଓ ୨୭ରେ ସେମିଫାଇନାଲ ଓ ୨୯ରେ ଫାଇନାଲ ମ୍ୟାଚ ଖେଳାଯିବ । ଜୁନ ୨୦ରେ ଆଫଗାନିସ୍ତାନ ବିପକ୍ଷରେ ଭାରତ ତାର ସୁପର ଏଇଟ ଅଭିଯାନ ଆରମ୍ଭ କରିବ । ଜୁନ ୨୨ରେ ବାଂଲାଦେଶକୁ ଓ ୨୪ରେ ଅଷ୍ଟ୍ରେଲିଆକୁ ଭେଟିବ ।

Leave A Reply

Your email address will not be published.