Latest Odisha News

ସୁପର ମମ୍ ରୁଷିନା ବଞ୍ଚାଇଲେ ୫ ସଦ୍ୟଜାତ ଶିଶୁଙ୍କ ଜୀବନ, ଜାଣନ୍ତୁ କେମିତି

ମାନବିକତା ଏବେ ମଧ୍ୟ ବଂଚି ରହିଛି । ଏହାର ସଦ୍ୟ ଉଦାହରଣ ହେଲେ ଗୁଜରାଟର ୨୯ ବର୍ଷୀୟ ଶିକ୍ଷୟତ୍ରୀ ରୁଷିନା ଡକ୍ଟର ମାରଫାନିଆ ।

ସୂଚନାନୁଯାୟୀ ୩ ମାସ ମଧ୍ୟରେ ସେ ୧୨ ଲିଟର ‘ବ୍ରେଷ୍ଟ ମିଲ୍କ’ ଦାନ କରି ୫ ନବଜାତ ଶିଶୁଙ୍କୁ ବଂଚାଇ ପାରିଛନ୍ତି । ଏହା ଏବେ ଚର୍ଚ୍ଚାର କାରଣ ହୋଇଛି । ତାଙ୍କୁ ସୁପର ମମ୍ ଆଖ୍ୟା ଦିଆଯାଇଛି । ନିର୍ଦ୍ଧାରିତ ସମୟ ପୂର୍ବରୁ ଜନ୍ମ ଗ୍ରହଣ କରିଥିବା ଶିଶୁଙ୍କ ପାଇଁ ମା’ କ୍ଷୀର ଗୁରୁତ୍ୱପୂର୍ଣ୍ଣ ।

ତେବେ କେତେକ ମାଆ ଦୁର୍ବଳ କିମ୍ବା ଶାରୀରିକ ଅକ୍ଷମତା ଯୋଗୁଁ ଆବଶ୍ୟକ ମୁତାବକ ଶିଶୁକୁ ସ୍ତନ୍ୟପାନ କରାଇ ପାରନ୍ତି ନାହିଁ । ସେହିମାନଙ୍କ ସାହାଯ୍ୟ ପାଇଁ ରୁଷିନା ଅଂଟା ଭିଡିଥିଲେ । ଏଥିରେ ତାଙ୍କୁ ସହଯୋଗ କରିଥିଲେ ଅର୍ପଣ ନାମକ ଏକ ସଂସ୍ଥା ।

ରୁଷିନା ସେପ୍ଟେମ୍ବର ୨୦ରେ ପୁତ୍ର ସନ୍ତାନର ଜନନୀ ହୋଇଥିଲେ । ତାଙ୍କ ଛୁଆ ସ୍ତନ୍ୟପାନ କରି ସାରିବା ପରେ ଆହୁରି କ୍ଷୀର ବଳୁଥିଲା । ଏହାକୁ ସେ ଉପରୋକ୍ତ ମାଧ୍ୟମରେ କାର୍ଯ୍ୟରେ ଲଗାଇଛନ୍ତି । ରୁଷିନାଙ୍କ ପରି ଅନ୍ୟ ମହିଳାମାନେ ଆଗକୁ ଆସିଲେ ବହୁତ ଶିଶୁଙ୍କ ଜୀବନ ବଂଚିପାରିବ ବୋଲି ଜନୈକ ଡାକ୍ତର କହିଛନ୍ତି ।

ଏଠାରେ ଏକ ମିଲ୍କ ବ୍ୟାଙ୍କ ପ୍ରସ୍ତୁତ କରାଯାଇଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ୯୦ ଲିଟର ଅଧିକ ବ୍ରେଷ୍ଟ ମିଲ୍କ ସଂଗ୍ରହ ହୋଇପାରିଛୁ ବୋଲି ଉପରୋକ୍ତ ସଂସ୍ଥା ତରଫରୁ କୁହାଯାଇଛି।

Leave A Reply

Your email address will not be published.