Latest Odisha News

ଲାଞ୍ଚ ମାଗି ରାୟଗଡ଼ା ଅବକାରୀ ଅଧୀକ୍ଷକ ଚାକିରିରୁ ସସପେଣ୍ଡ, ଭିଡିଓ ଭାଇରାଲ୍ ପରେ ଆକ୍ସନ

ରାୟଗଡା: ମଦ ବ୍ୟବସାୟୀଙ୍କୁ ଲାଞ୍ଚ ମାଗି ଚାକିରିରୁ ସସପେଣ୍ଡ ହେଲେ ରାୟଗଡ଼ା ଜିଲ୍ଲା ଅବକାରୀ ଅଧୀକ୍ଷକ । ଏସମ୍ପର୍କିତ ଅଡ଼ିଓ ଭାଇରାଲ୍ ପରେ ଅବକାରୀ ଅଧୀକ୍ଷକ ପ୍ରସନ୍ନ କୁମାର ନାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି । ବିବାଦ ତେଜିବା ପରେ ତାଙ୍କୁ ଚାକିରିରୁ ନିଲମ୍ବିତ କରିବା ସହ  ତୁରନ୍ତ କଟକ ସ୍ଥିତ ଅବକାରୀ କମିଶନର କାର୍ଯ୍ୟାଳୟରେ ଯୋଗ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ରାୟଗଡା ଜିଲ୍ଲା ଗୁଣପୁରର ଏକ ହୋଟେଲରେ ଅବକାରୀ ଅଧୀକ୍ଷକ ପ୍ରସନ୍ନ କୁମାର ନାୟକ ଓ କନେଷ୍ଟବଳ ସୁଶାନ୍ତ ପାତ୍ର ଜଣେ ମଦ ବ୍ୟବସାୟୀଙ୍କ ସହ ଟଙ୍କା ନେଣଦେଣ କରିବା ଘଟଣାର ଭିଡ଼ିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା । ଏନେଇ ଅବକାରୀ କମିଶନର ଆଶିଷ ସିଂଙ୍କ ନିକଟରେ ଅଭିଯୋଗ ହେଲା । ଘଟଣାର ତଦନ୍ତ କରି ରିପୋର୍ଟ ଦାଖଲ କରିଥିଲେ ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ ।

ଗୁଣପୁର ସ୍ଥିତ ହୋଟଲକୁ ଯାଇ ତଦାରଖ କରିବା ସହ ସିସଟିଭି ଫୁଟେଜର ଅନୁଧ୍ୟାନ କରିଥିଲେ । ବନ୍ଦ ଲଫାପାରେ ଜିଲ୍ଲାପାଳଙ୍କୁ ରିପୋର୍ଟ ଦେଇଥିଲେ । ତଦନ୍ତର ରିପୋର୍ଟ ସଂପୂର୍ଣ୍ଣ ଭାବେ ଅବକାରୀ ଅଧୀକ୍ଷକ ପ୍ରସନ୍ନ କୁମାର ନାୟକଙ୍କ ବିରୋଧରେ ଯିବା ପରେ ସରକାର ତାଙ୍କ ପ୍ରତି କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ।

Leave A Reply

Your email address will not be published.