Latest Odisha News

BREAKING NEWS

ଆଜି ଓଡ଼ିଶାରୁ ୭୧୯ କରୋନା ପଜିଟିଭ୍, ୧୨୫ ଛୁଆ ସଂକ୍ରମିତ

ଭୁବନେଶ୍ୱର: ରାଜ୍ୟରେ ଦୈନିକ ସଂକ୍ରମଣ ହଜାରେ ଭିତରେ ରହିଛି । କିନ୍ତୁ ଛୁଆଙ୍କୁ ସଂକ୍ରମଣ ବଢୁଛି । ୨୪ ଘଣ୍ଟାରେ ରାଜ୍ୟରୁ ୭୧୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରେ ଅଛନ୍ତି ୦-୧୮ ବର୍ଷ ଭିତରେ ୧୨୭ ସଂକ୍ରମିତ । ଆଜି ୨୮ ଜିଲ୍ଲାରୁ ନୂଆ ଆକ୍ରାନ୍ତ ବାହାରିଛନ୍ତି ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୫୯ ଜଣ ସଂକ୍ରମିତ ହୋଇଛନ୍ତି । କଟକରୁ ୮୯, ବାଲେଶ୍ୱରରୁ ୪୩, ମୟୂରଭଞ୍ଜ ଜିଲ୍ଲାରୁ ଆଉ ୩୦ ଜଣ ପଜିଟିଭ୍ ବାହାରିଛନ୍ତି । ୨୫ ଜିଲ୍ଲାରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୩୦ ଭିତରେ ରହିଛି । ଆଜି ଗଜପତି ଓ ନୂଆପଡ଼ା ଜିଲ୍ଲାରୁ କେହି ସଂକ୍ରମିତ ହୋଇ ନାହାନ୍ତି ।

୨୪ ଘଣ୍ଟାରେ ୬୪ହଜାର ୬୫୬ କୋଭିଡ୍ ଟେଷ୍ଟ ହୋଇଛି । ପଜିଟିଭ୍ ହାର ରହିଛି ୧.୧୧ ପ୍ରତିଶତ । ରାଜ୍ୟରେ କରୋନା ଜନିତ ମୋଟ୍ ମୃତ୍ୟୁସଂଖ୍ୟା ୮ହଜାର ପାର କରିଛି । ଆଉ ୫୩ ଜଣଙ୍କୁ ମିଶାଇ ମୃତ୍ୟୁସଂଖ୍ୟା ୮ହଜାର ୨୩ରେ ପହଞ୍ଚିଛି ।

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୧୦ଲକ୍ଷ ୮ହଜାର ୪୬୯କୁ ବୃଦ୍ଧି ପାଇଛି । ସୁସ୍ଥ ହେଲେଣି ୯ଲକ୍ଷ ୯୩ହଜାର ୨୩୫ ଆକ୍ରାନ୍ତ । ଏବେ ରାଜ୍ୟରେ ୭ହଜାର ୧୫୯ ଆକ୍ଟିଭ କେସ୍ ରହିଛି ।

Leave A Reply

Your email address will not be published.