Latest Odisha News

BREAKING NEWS

ଭିଜିଲାନ୍ସ ଜାଲରେ ଅଧୀକ୍ଷଣ ଯନ୍ତ୍ରୀ , ବ୍ୟାଙ୍କରେ ଟଙ୍କା ଜମା ବେଳେ ଧରାପଡିଲେ

ମାଲକାନଗିରି ଜିଲ୍ଲା ଗ୍ରାମ୍ୟ ନିର୍ମାଣ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଇ. ଆଶିଷ କୁମାର ଦାସ ଭିଜିଲାନ୍ସ ହାତରେ ଧରାପଡିଛନ୍ତି

ମାଲକାନଗିରି : ଭିଜିଲାନ୍ସ ଜାଲରେ ଅଧୀକ୍ଷଣ ଯନ୍ତ୍ରୀ । ମାଲକାନଗିରି ଜିଲ୍ଲା ଗ୍ରାମ୍ୟ ନିର୍ମାଣ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଇ ଆଶିଷ କୁମାର ଦାସ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ମାଲକାନଗିରି ଡି ସି ବି ବ୍ୟାଙ୍କରେ ୧୦ଲକ୍ଷ ଟଙ୍କା ଜମା କରିବାକୁ ଯାଇଥିବା ବେଳେ ଭିଜିଲାନ୍ସ ବିଭାଗ ତାଙ୍କୁ ଗିରଫ କରିଛି । ଭିଜିଲାନ୍ସ ବିଭାଗ ତାଙ୍କ କ୍ୱାଟର ଘରେ ମଧ୍ୟ ଚଢାଉ କରିଛି ।

 ଅଧୀକ୍ଷଣ ଯନ୍ତ୍ରୀଙ୍କୁ ଭିଜିଲାନ୍ସ କାର୍ଯ୍ୟାଳୟକୁ ନିଆଯାଇ ଅଧିକ ପଚରା ଉଚରା କରାଯାଉଛି । ସୂଚନା ଅନୁସାରେ ଅଧୀକ୍ଷଣ ଯନ୍ତ୍ରୀ କିଛି ଲୋକଙ୍କ ବିଲ କରିଦେବା ନାଁରେ ମାର୍ଚ୍ଚ ମାସରେ କିଛି ଅର୍ଥ ପିସି ଆକାରରେ ନେଇଥିଲେ । ତାଙ୍କ ନାରେ ଏନେଇ ଅଭିଯୋଗ ଥିଲା ।

ଏହି ଅଭିଯୋଗକୁ ଭିତ୍ତି କରି ଭିଜିଲାନ୍ସ ବିଭାଗ ତାଙ୍କୁ ଆଜି ଗିରଫ କରିଛି । ଅଧୀକ୍ଷଣ ଯନ୍ତ୍ରୀଙ୍କ ସ୍ଥାବର ଅସ୍ଥାବର ସମ୍ପତ୍ତି ଉପରେ ନଜର ରଖିଛି ଭିଜିଲାନ୍ସ ଟିମ୍ ।

Leave A Reply

Your email address will not be published.