Latest Odisha News

BREAKING NEWS

ଅନିର୍ଦ୍ଦିଷ୍ଟ କାଳ ପାଇଁ ଅଫ୍ ଏୟାର୍ ହେବ ଦ କପିଲ ଶର୍ମା ସୋ’

ମାସକ ପାଇଁ ଆମେରିକା ଯିବେ କପିଲ ଶର୍ମା । ଖାସ ଏହି କାରଣରୁ ଜୁନ୍ ମାସରୁ ବନ୍ଦ ରହିବ ଦ କପିଲ ଶର୍ମା ସୋ’ର ପ୍ରସାରଣ

ମୁମ୍ବାଇ: ନିକଟରେ ଓଡିଶାର ରାଜଧାନୀ ଭୁବନେଶ୍ୱରରେ ଡେରା ପକାଇଥିଲେ କମେଡି କିଙ୍ଗ୍ କପିଲ ଶର୍ମା । ଚାଲିଥିଲା ନନ୍ଦିତା ଦାସଙ୍କ ଫିଲ୍ମର ସୁଟିଂ । କପିଲଙ୍କ ନୂଆ ଫିଲ୍ମ ଆସୁଥିବା ନେଇ ଅନେକ ଲୋକ ଖୁସୀ ଥିବାବେଳେ ଏବେ କପିଲଙ୍କ ସୋ’କୁ ନେଇ ସାମ୍ନାକୁ ଆସିଛି ଦୁଃଖଦ ଖବର ।

ମାସକ ପାଇଁ ଆମେରିକା ଯିବେ କପିଲ ଶର୍ମା । ଖାସ ଏହି କାରଣରୁ ଜୁନ୍ ମାସରୁ ବନ୍ଦ ରହିବ ଦ କପିଲ ଶର୍ମା ସୋ’ର ପ୍ରସାରଣ । ଇଣ୍ଡିଆନ୍ ଏକ୍ସପ୍ରେସରୁ ମିଳିଥିବା ସୂଚନା ଅନୁଯାୟୀ କପିଲଙ୍କ ଅନୁପସ୍ଥିରେ ସୋ’ର ମେକର୍ସମାନେ ମଧ୍ୟ ବ୍ରେକ୍ ନେବାକୁ ସ୍ଥିର କରିଛନ୍ତି

ତେବେ କପିଲଙ୍କ ଆମେରିକା ଗସ୍ତ ପୂର୍ବରୁ ସଂପୃକ୍ତ ପ୍ରଡକ୍ସନ ହାଉସ୍ ନିଶ୍ଚିତ ଭାବେ ଏକାଧିକ ଏପିସୋଡ ପ୍ରି-ସୁଟ୍ କରିବାର ଯୋଜନା ରଖିଛଥିବା ଜଣାପଡିଛି । ଶେଷଥର ପାଇଁ କପିଲ ଗତବର୍ଷ ଜାନୁଆରୀ ମାସରେ ବ୍ରେକ୍ ନେଇଥିଲେ । ସେହି ସମୟରେ କପିଲ ଓ ସ୍ତ୍ରୀ ଗିନ୍ନି ଚତରାଥଙ୍କର ଦ୍ୱିତୀୟ ସନ୍ତାନ ହୋଇଥିଲା । ଜଣେ ଫ୍ୟାନ୍ ସେ ସମୟରେ ସୋ’ ଅଫ୍ ଏୟାର ହେବା ନେଇ କପିଲଙ୍କୁ ପ୍ରଶ୍ନ କରିଥିଲେ । ପରବର୍ତ୍ତୀ ସମୟରେ କପିଲ ବେଶ ସାଧାରଣ ଢଙ୍ଗରେ ତାଙ୍କ ଉତ୍ତର ରଖିଥିଲେ ।

ଏବେ କପିଲଙ୍କ ସୋ’ ତୃତୀୟ ସିଜିନ୍ ଦେଇ ଗତି କରୁଛି । ଇତିମଧ୍ୟରେ ଏହି ସୋ’ରେ ଅନେକ କଳକାର ଦର୍ଶକଙ୍କୁ ହସାଇବାରେ ସଫଳ ହୋଇଥିଲେ । ଏହି ତାଲିକାରେ କିକୁ ଶାରଦା, ସୁଦେଶ ଲେହରି, ଭାରତୀ ସିଂ, କୃଷ୍ଣା ଅଭିଷେକ, ଚନ୍ଦନ ପ୍ରଭାକର, ଅଲ୍ଲି ଅସଗର, ସୁନୀଲ ଗ୍ରୋଭର, ପରେଶ ଗଣାତ୍ରା ଓ ରୋସେଲ ରାଓଙ୍କ ଅଭିନୟକୁ ଦର୍ଶକ ଖୁବ ପସନ୍ଦ କରିଥିଲେ ।

Leave A Reply

Your email address will not be published.