ଭୁବନେଶ୍ୱର: ଖଦି ଗ୍ରାମ୍ୟଦ୍ୟୋଗରେ ସବସିଡି ପାଇଁ ଲାଞ୍ଚ କାରବାର । ସବସିଡି ଟଙ୍କା କରାଇ ଦେବା ପାଇଁ ୧୫ ହଜାର ଲାଞ୍ଚ ନେବା ବେଳେ ଧରାପଡ଼ିଛନ୍ତି ସୁପରବାଇଜର । ଡିଆଇସି ପୁରୀର ଖଦି ଭିଲେଜ୍ ବୋର୍ଡ ଇଣ୍ଡଷ୍ଟ୍ରୀଜର ସୁପରଭାଇଜର ନାରାୟଣ ପଟ୍ଟନାୟକ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି । ନାରାୟଣଙ୍କ ଠାରୁ ୧୫ ହଜାର ଲାଞ୍ଚ ଟଙ୍କା ଜବତ କରିଛି ଭିଜିଲାନ୍ସ ।
ସୂଚନା ଅନୁସାରେ, ବେଲ୍ ମେଟାଲ୍ ପ୍ରୋସେସିଂ ୟୁନିଟର ୨ ଲକ୍ଷ ୪୫ ହଜାର ସବସିଡି ଟଙ୍କା କରାଇ ଦେବା ପାଇଁ ଲାଞ୍ଚ ମାଗିଥିଲେ ନାରାୟଣ । ଏନେଇ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ ବେଲ୍ ମେଟାଲ୍ ମାଲିକ । ପୂର୍ବ ଯୋଜନା ମୁତାବକ ଭିଜିଲାନ୍ସ ନାରାୟଣଙ୍କୁ ଲାଞ୍ଚ ନେବାବେଳେ ଧରିବା ପରେ ତାଙ୍କ ଘରେ ରେଡ୍ କରିଛି । ଏନେଇ ଭୁବନେଶ୍ୱର ଭିଜିଲାନ୍ସରେ ଏକ ମାମଲା ରୁଜୁ କରାଯାଇଛି ।
Comments are closed.