Latest Odisha News

BREAKING NEWS

ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ବୋରିସ ଜନସନ୍, ତଥାପି ରହିବେ…

ନୂଆଦିଲ୍ଲୀ: ବ୍ରିଟେନରେ ରାଜନୈତିକ ଅସ୍ଥିରତା ମଧ୍ୟରେ ଇସ୍ତଫା ଦେଇଛନ୍ତି ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ । ଏନେଇ ବ୍ରିଟିଶ୍ ଗଣମାଧ୍ୟମରେ ସମ୍ବାଦ ପ୍ରକାଶ ପାଇଛି । ୪୮ ଘଣ୍ଟାରୁ କମ୍ ସମୟ ମଧ୍ୟରେ ୫୦ରୁ ଅଧିକ ମନ୍ତ୍ରୀ ସରକାରଙ୍କ ହାତ ଛାଡ଼ି ଦେଇଥିଲେ । ଏପରିକି ୪ ଜଣ ଶୀର୍ଷ ମନ୍ତ୍ରୀ ଇସ୍ତଫା ଦେଇଥିଲେ । ସାଂସଦଙ୍କ ଦାବି ଥିଲା ବୋରିସ ଜନସନ୍ ଶୀଘ୍ର ଇସ୍ତଫା ଦିଅନ୍ତୁ । ଶେଷରେ ଚାପ ଆଗରେ ନଇଁଛନ୍ତି ବୋରିସ ଜନସନ୍ ।

ତେବେ ବୋରିସ ପ୍ରଧାନମନ୍ତ୍ରୀ ପଦରେ ରହିବେ କି ନାହିଁ ସ୍ପଷ୍ଟ ହୋଇନାହିଁ । କଞ୍ଜରଭେଟିଭ୍ ପାର୍ଟି ଆଉ ଜଣେ ନେତାଙ୍କୁ ବୋରିସଙ୍କ ସ୍ଥାନରେ ଚୟନ କରିଥିବା କୁହାଯାଉଛି । ତେବ ବୋରିସ୍ ଇସ୍ତଫା ଦେବା ପରେ ମଧ୍ୟ ଅକ୍ଟୋବର ଯାଏ ପ୍ରଧାନମନ୍ତ୍ରୀ ପଦରେ ରହିବେ ବୋଲି ବିବିସି ରିପୋର୍ଟରେ ପ୍ରକାଶ କରିଛି । କାରଣ ଦଳର ସମ୍ମିଳନୀରେ ଅକ୍ଟୋବରରେ ନୂଆ ପ୍ରଧାନମନ୍ତ୍ରୀ ବଛାଯିବ ।

ଅର୍ଥମନ୍ତ୍ରୀ ଋଷି ସୁନକ ଇସ୍ତଫା ଦେବା ପରେ ବୋରିସଙ୍କ ପ୍ରତି ବିପଦ ବଢ଼ିଥିଲା । ସୁନକ ଜୁଲାଇ ୫ରେ ପଦରୁ ଇସ୍ତଫା ଦେଇଥିଲେ । ଏହା ପରେ ସ୍ୱାସ୍ଥ୍ୟମନ୍ତ୍ରୀ ସାଜିଦ ଜାବିଦ ଇସ୍ତଫା ଦେଇଥିଲେ । ଏହାପରେ ଆଉ ୪ ଜଣ କ୍ୟାବିନେଟ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି । ଚଳିତବର୍ଷ କଞ୍ଜରଭେଟିଭ୍ ପାର୍ଟିରେ କ୍ରିସ୍ ପିଞ୍ଚରଙ୍କୁ ଜନସନ୍ ଡେପୁଟି ଚିଫ ହ୍ୱିପ୍ ଭାବେ ନିଯୁକ୍ତି ଦେଇଥିଲେ । ଯାହାକୁ ନେଇ ବିବାଦ ଆରମ୍ଭ ହୋଇଥିଲା ।

Leave A Reply

Your email address will not be published.