Latest Odisha News

BREAKING NEWS

ଦେଶର ନୂଆ ଲୋକପାଳ ହେଲେ ଜଷ୍ଟିସ୍‌ ଏ.ଏମ୍‍ ଖାନୱିଲକର

ନୂଆଦିଲ୍ଲୀ: ଦେଶର ନୂଆ ଲୋକପାଳ ଭାବେ ନିଯୁକ୍ତି ପାଇଲେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଏ.ଏମ୍‍ ଖାନୱିଲକର । ଏନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ସୂଚନା ଦିଆଯାଇଛି । ଜଷ୍ଟିସ ପିନାକୀ ଚନ୍ଦ୍ର ବୋଷ ଲୋକପାଳ ଦାୟିତ୍ୱରୁ ଅବସର ନେବା ପରେ ୨୦୨୨ ମସିହାରୁ ପ୍ରାୟ ଦୁଇବର୍ଷ ହେଲା ଏହି ପଦବୀ ଖାଲି ପଡିଥିଲା ।

୨୦୨୨ ମେ’ ୨୭ରେ ଜଷ୍ଟିସ୍‌ ପିନାକୀ ଚନ୍ଦ୍ର ଘୋଷଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ଲୋକପାଳର ନ୍ୟାୟିକ ସଦସ୍ୟ ପ୍ରଦୀପ କୁମାର ମହାନ୍ତି କାର୍ଯ୍ୟବାହୀ ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଉଥିବା ବେଳେ ବର୍ତ୍ତମାନ ଏ.ଏମ୍ ଖାନୱିଲକରଙ୍କୁ ନୂଆ ନିଯୁକ୍ତି ମିଳିଛି ।

ଜଷ୍ଟିସ ଏ.ଏମ୍ ଖାନୱିଲକର ୨୦୨୨ ମସିହା ଜୁଲାଇରେ ସୁପ୍ରିମକୋର୍ଟରୁ ଅବସର ଗ୍ରହଣ କରିଥିଲେ । ଜଷ୍ଟିସ୍‌ ଅଜୟ ମାନିକରାଓ ଖାନ୍‌ଓ୍ବିଲକରଙ୍କୁ ଲୋକପାଳର ନୂଆ ଅଧ୍ୟକ୍ଷ ଭାବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଯୁକ୍ତି ଦେଇଥିବା ରାଷ୍ଟ୍ରପତି ଭବନ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି ।

ଅବସରପ୍ରାପ୍ତ ବିଚାରପତି ଲିଙ୍ଗାପ୍ପା ନାରାୟଣ ସ୍ବାମୀ, ସଞ୍ଜୟ ଯାଦବ ଏବଂ ଋତୁରାଜ ଅଓ୍ବସ୍ତି ଲୋକପାଳର ନ୍ୟାୟିକ ସଦସ୍ୟ ନିଯୁକ୍ତ ହୋଇଥିବାବେଳେ ଅଣନ୍ୟାୟିକ ସଦସ୍ୟ ଭାବେ ସୁଶୀଲ ଚନ୍ଦ୍ରା, ପଙ୍କଜ କୁମାର ଏବଂ ଅଜୟ ତିର୍କୀ ନିଯୁକ୍ତ ହୋଇଛନ୍ତି।

Comments are closed.