ନୂଆଦିଲ୍ଲୀ: ଆନ୍ତର୍ଜାତୀୟ ଫୁଟବଲ ଫେଡେରେଶନ (ଫିଫା) ଭାରତୀୟ ଫୁଟବଲ ମହାସଂଘଙ୍କୁ ନିଲମ୍ବିତ କରିଛି । ଏହି ଘଟଣାରେ ଭାରତ ସରକାର ମୁଣ୍ଡ ପୂରାଇ ଶୀଘ୍ର ଏହି ସମସ୍ୟାର ସମାଧାନର ରାସ୍ତା ବାହାର କରିବା ପାଇଁ ସୁପ୍ରିମକୋର୍ଟଙ୍କ ନିକଟରେ ଅନୁରୋଧ କରିଛନ୍ତି । ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ମାମଲାକୁ ସୁପ୍ରିମକୋର୍ଟରେ ଉପସ୍ଥାପନ କରିବା ସହ କାଲି ଏହି ଘଟଣାର ଶୁଣାଣୀ କରିବା ପାଇଁ ଅନୁରୋଧ କରିଛନ୍ତି । ମଙ୍ଗଳବାର ଫିଫା ତୃତୀୟ ପକ୍ଷର ହସ୍ତକ୍ଷେପ ଯୋଗୁ ଏହାର ନିୟମ ଓ ସମ୍ବିଧାନର ଉଲ୍ଲଂଘନ ହୋଇଥିବା ଦର୍ଶାଇ ଏଆଇଏଫଏଫକୁ ନିଲମ୍ବିତ କରିଛି । ୮୫ ବର୍ଷ ଇତିହାସରେ ଫିଫା ପ୍ରଥମ ଥର ପାଇଁ ନିଲମ୍ବିତ ହୋଇଛନ୍ତି । ଫିଫାର ଏହି କଠୋର ନିଷ୍ପତି ଯୋଗୁ ଅକ୍ଟୋବରରେ ହେବାକୁ ଥିବା ୧୭ ବର୍ଷରୁ କମ ମହିଳା ବିଶ୍ୱକପ ଆୟୋଜନ ଅଧିକାର ଭାରତକୁ ହରାଇବାକୁ ପଡିଛି । ବୁଧବାର ଶୁଣାଣୀ ପରେ ଏହି ଘଟଣାର ସ୍ଥିତି ସ୍ପଷ୍ଟ ହେବ ବୋଲି ଆଶା କରାଯାଉଛି ।
BREAKING NEWS
- ରଣକ୍ଷେତ୍ରର ନାଁ ଯାଜପୁର !
- ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ
- କମ୍ପିବ ବିଧାନସଭା…ଉଠିବ ଏସବୁ ପ୍ରସଙ୍ଗ
- ଆଣ୍ଡାମାନ ସାଗରରେ ମାଛଧରା ଡଙ୍ଗାରୁ ୫ ଟନ୍ ଡ୍ରଗ୍ସ ଜବତ
- ମେସିନ୍ ଲେଖିବ ପାଠ, ତାହା ପୁଣି ଅବିକଳ ହାତଲେଖା
- ଅଟୋକୁ ଧକ୍କା ଦେଲା ବିଧାୟକଙ୍କ ଗାଡି଼, ୪ ଆହତ
- ଜନ୍ମରୁ ଦୃଷ୍ଟିହୀନ ବ୍ୟକ୍ତି କେଉଁ ରଙ୍ଗ ବାରି ପରେ, ଜାଣନ୍ତୁ ଏହା ପଛର ସତ୍ୟତା…
- ଚେନ୍ ଚୋରି ବେଳେ ମହିଳାଙ୍କ ମୃତ୍ୟୁ ଘଟଣା: ଶେଷରେ ଗିରଫ ହେଲା ଅଭିଯୁକ୍ତ
- ସମ୍ବଲପୁର ହାତୀ ମୃତ୍ୟୁ ଘଟଣା; କର୍ତ୍ତବ୍ୟରେ ଅବହେଳା କଲେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
- ସିନ୍ଦେ, ଫଡନାଭିସ ନା ଆଉ କିଏ?
Comments are closed.