Latest Odisha News

BREAKING NEWS

କରୋନା ମହାମାରୀ ଟୀକାକରଣ ନେଇ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କରୋନା ମହାମାରୀ ଟୀକାକରଣ ନୀତି ନେଇ ବୁଧବାର ସୁପ୍ରିମ କୋଟ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି । ସରକାରଙ୍କ କେତେକ ଯୁକ୍ତି ତର୍କହୀନ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଟୀକା ପାଇଁ ଉଦ୍ଦିଷ୍ଟ ୩୫ ହଜାର କୋଟି ଟଙ୍କାର ବଜେଟର ଖର୍ଚ୍ଚ ସମ୍ପର୍କରେ ମଧ୍ୟ ସୂଚନା ଦେବା ପାଇଁ କହିଛନ୍ତି । ପ୍ରାରମ୍ଭିକ ପର୍ଯ୍ୟାୟରେ ମାଗଣା ଟୀକା ଦିଆଯାଉଥିବା ବେଳେ ଏବେ କାହିଁକି ଅର୍ଥ ଦାବୀ କରାଯାଉଛି ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି । ବ୍ୟବହୃତ ହେଉଥିବା ଭ୍ୟାକ୍ସିନର କ୍ରୟ ଇତିହାସ ମଧ୍ୟ ମଗାଯାଇଛି ।

୨୦୨୧ ଡିସେମ୍ବର ୩୧ ସୁଦ୍ଧା ୧୦୮ କୋଟି ଲୋକଙ୍କୁ ଟୀକା ଦିଆଯିବ ଏଥିପାଇଁ କଣ ଯୋଜନା ରହିଛି ? ଖୁବ୍ ଶୀଘ୍ର ସମସ୍ତଙ୍କ ପାଇଁ ସୁଚିନ୍ତିତ ଯୋଜନା ଅନୁସାରେ ଟୀକା ପ୍ରଦାନ କରାଯାଉ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

Leave A Reply

Your email address will not be published.