Latest Odisha News

BREAKING NEWS

ରାଉରକେଲା ସ୍ବତନ୍ତ୍ର କାରାଗାରରେ କଏଦୀଙ୍କୁ ଦିଆଗଲା କୋଭିଡ୍ ଟିକା

ରାଉରକେଲା : ରାଉରକେଲା ସ୍ବତନ୍ତ୍ର କାରାଗାରରେ ଥିବା କଏଦୀମାନଙ୍କୁ ଦିଆଯାଇଛି କୋଭିଡ୍ ଟିକାର ପ୍ରଥମ ଡୋଜ୍ । ଏଥିପାଇଁ ଜେଲ୍ ପରିସରରେ ସ୍ବତନ୍ତ୍ର କ୍ୟାମ୍ପ କରାଯାଇ କଏଦୀଙ୍କୁ ଟିକା ଦିଆଯାଇଛି । ଉଭୟ ୧୮ ରୁ ୪୪ ବର୍ଷ ବର୍ଗ ଏବଂ ୪୫ରୁ ଅଧିକ ବୟସର କଏଦୀଙ୍କୁ ଟିକା ଦିଆଯାଇଛି । ଜେଲ୍ ଭିତରେ ଚାଲିଥିବା ଟିକାକରଣ କାର୍ଯ୍ୟକୁ ଅନୁଧ୍ୟାନ କରିଥିଲେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଆବୋଲି ସୁନିଲ ନରଓ୍ବାଣେ ।

ଜେଲରେ ଥିବା ୪୬୧ ଜଣ କଏଦୀଙ୍କ ମଧ୍ୟରୁ ୧୮-୪୪ ବର୍ଗରେ ୩୮୦ ଜଣ ଏବଂ ୪୫ରୁ ଅଧିକ ବର୍ଷ ବର୍ଗରେ ୮୧ ଜଣ କଏଦୀ ଅଛନ୍ତି । ସମସ୍ତ କଏଦୀଙ୍କୁ ଆଜି ଟିକା ଦିଆଯାଇଛି । ଟିକାଦାନ ପାଇଁ ଜେଲ୍ ପରିସରରେ ବିଶେଷ ବ୍ୟବସ୍ଥା କରାଯାଇଥିଲା । କୋଭିଡ ନିମୟ ମାନି କଏଦୀମାନେ ଟିକା ନେଇଛନ୍ତି । ସ୍ବତନ୍ତ୍ର କାରାଗାରର ସୁପରିଟେଣ୍ଡେଣ୍ଟ, ଜେଲର ସମସ୍ତ କର୍ମଚାରୀ ଟିକଦାନ କାର୍ଯ୍ୟକୁ ସହଯୋଗ କରିଥିଲେ । କୋଭିଡ୍ ସ୍ଥିତିକୁ ଦୃଷ୍ଟିରେ ରଖି ପ୍ରତିଦିନ କାରଗାରକୁ ବିଶୋଧନ କରାଯାଉଛି ।

Leave A Reply

Your email address will not be published.