Latest Odisha News

BREAKING NEWS

ଲଖିମପୁର ଖେରି ହିଂସାକାଣ୍ଡ: ଆଜି ସୁପ୍ରିମକୋର୍ଟରେ ଶୁଣାଣି

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ଲଖିମପୁର ଖେରି ହିଂସାକାଣ୍ଡକୁ ନେଇ ଦେଶବ୍ୟାପୀ ଆଲୋଡନ୍ । ରାଜନୀତି ବି ତେଜିଛି । କୃଷକଙ୍କ ଉପରେ ଗାଡ଼ି ଚଢ଼ାଇ ହତ୍ୟା ଘଟଣାକୁ ନେଇ ଉତ୍ତରପ୍ରଦେଶ ସରକାର ଓ କେନ୍ଦ୍ରକୁ ଟାର୍ଗେଟ କରୁଛନ୍ତି ବିରୋଧୀ । ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି । ଆଜି ଲଖିମପୁର ଖେରି ହିଂସା ମାମଲାର ଶୁଣାଣି କରିବେ ସର୍ବୋଚ୍ଚ ଅଦାଲତ । ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ନିଜ ଆଡୁ ମାମଲା ରୁଜୁ କରି ଶୁଣାଣି କରିବେ ସୁପ୍ରିମକୋର୍ଟ ।

ପ୍ରଧାନ ବିଚାରପତି ଜଷ୍ଟିସ ଏନ୍. ଭି. ରମଣାଙ୍କ ନେତୃତ୍ୱାଧୀନ ୩ ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରିବେ । ଏହି ଖଣ୍ଡପୀଠରେ ଅଛନ୍ତି ଜଷ୍ଟିସ ସୂର୍ୟ୍ୟକାନ୍ତ ଓ ଜଷ୍ଟିସ ହିମା କୋହଲି । ସୁପ୍ରିମକୋର୍ଟ କଣ ନିଷ୍ପତ୍ତି ଶୁଣାଇବେ ତାଉପରେ ସମସ୍ତଙ୍କର ନଜର ରହିଛି ।

ଗତ ୩ ତାରିଖରେ ଲଖିମପୁର ଖେରିରେ ଆନ୍ଦୋଳନକାରୀ କୃଷକଙ୍କ ଉପରେ ଗାଡ଼ି ଚଢ଼ାଇ ଦିଆଯାଇଥିଲା । ଏଥରେ ୪ ଜଣ କୃଷକଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣା ପରେ ତେଜିଥିଲା ହିଂସାକାଣ୍ଡ । ଉତ୍ୟକ୍ତ ଲୋକଙ୍କ ଆକ୍ରୋଶର ଶିକାର ହୋଇଥିଲା ଦୁଇ ଜଣ ବିଜେପି ନେତା, ଗାଡ଼ି ଡ୍ରାଇଭର ଓ ଜଣେ ସାମ୍ବାଦିକ । ହିଂସାକାଣ୍ଡରେ ସେମାନଙ୍କର ଜୀବନ ଯାଇଛି ।

ଅଭିଯୋଗ ହୋଇଛି କୃଷକଙ୍କ ଉପରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ର ପୁଅ ଆଶିଷ ମିଶ୍ର ଗାଡ଼ି ଚଢ଼ାଇଥିଲେ । ସେହି ଗାଡ଼ିରେ ବସିଥିଲେ ଆଶିଷ । ଏହି ମାମଲାରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ର ଓ ତାଙ୍କ ପୁଅ ନାଁରେ ମାମଲା ରୁଜୁ ହୋଇଛି । କିନ୍ତୁ ଏଯାଏ ପୋଲିସ କାହାରିକୁ ଗିରଫ କରିନାହିଁ । ବିରୋଧୀ ଆଶିଷ ମିଶ୍ରଙ୍କ ଗିରଫ ଓ ଅଜୟ ମିଶ୍ରଙ୍କୁ ମନ୍ତ୍ରୀ ପଦରୁ ବହିଷ୍କାର ଦାବି କରୁଛନ୍ତି ।

Leave A Reply

Your email address will not be published.