ନୂଆଦିଲ୍ଲୀ: ୧୨ ବିଜେପିଙ୍କୁ ନିଲମ୍ବନ କରାଯାଇଥିବା ଘଟଣାରେ ମଙ୍ଗଳବାର ମାନ୍ୟବର ସୁପ୍ରିମକୋର୍ଟ ମହାରାଷ୍ଟ୍ର ସରକାରଙ୍କୁ ଭର୍ତ୍ସନା କରିଛନ୍ତି । ଏହା ସମ୍ପୂର୍ଣ୍ଣ ଅସମ୍ବିଧାନିକ କହିବା ସହ ନିଲମ୍ବନ ଆଦେଶକୁ ରଦ୍ଦ କରିଛନ୍ତି । ବିଚାରପତି ଏଏମ ଖାନବିଲକର ଓ ଦୀନେଶ ମାହେଶ୍ୱରୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଶୁଣାଣୀ କରିଛନ୍ତି । ତୁମେ ମନଇଚ୍ଛା ୧ ବର୍ଷ ପର୍ଯନ୍ତ କିପରି ନିଲମ୍ବିତ କଲ, ସେମାନେ ଲୋକ ପ୍ରତିନିଧି । ତାଙ୍କୁ ନିଲମ୍ବିତ କରିବାର ମାନେ ତୁମେ ନିର୍ବାଚନ କ୍ଷେତ୍ରକୁ ମଧ୍ୟ ଏକପ୍ରକାର ଦଣ୍ଡିତ କଲା । କୌଣସି ନିର୍ବାଚନ କ୍ଷେତ୍ର ୬ ମାସରୁ ଅଧିକ ସମୟ ବିନା ପ୍ରତିନିଧିରେ ରହିପାରିବେ ନାହିଁ । ଏହା ସମ୍ପୂର୍ଣ୍ଣ ଭାବେ ଅସମ୍ବିଧାନିକ ବୋଲି କହିଛନ୍ତି ସୁପ୍ରିମ କୋର୍ଟ ।
ମହାରାଷ୍ଟ୍ର ବିଧାନସଭାର ଅଧିକାରୀଙ୍କୁ ଦୁର୍ବବ୍ୟହାର କରିବା ଅଭିଯୋଗରୁ ଏମାନଙ୍କୁ ମହାରାଷ୍ଟ୍ର ସରକାର ନିଲମ୍ବିତ କରିଥିଲେ । ଜବାବ ଦାଖଲ ପାଇଁ ମହାରାଷ୍ଟ୍ର ସରକାର ସମୟ ମାଗିଥିଲେ ମଧ୍ୟ ସୁପ୍ରିମକୋର୍ଟ ଏହାକୁ ଖାରଜ କରି ଦେଇଛନ୍ତି ।
Comments are closed.