ନୂଆଦିଲ୍ଲୀ: ଏଣିକି ସେନାରେ ମହିଳାଙ୍କୁ ମିଳିବ ସ୍ଥାୟୀ କମାଣ୍ଡ ପୋଷ୍ଟ ବା ସ୍ଥାୟୀ ପଦପଦବୀ । ଏନେଇ ଆଜି ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ କାଏମ ରଖିଛନ୍ତି ସୁପ୍ରିମକୋର୍ଟ । ସ୍ଥାୟୀ କମାଣ୍ଡ ପୋଷ୍ଟ ପାଇବାରୁ ବଂଚିତ ଥିବା ମହିଳା ଅଧିକାରୀଙ୍କ ଆବେଦନ ଉପରେ ଆଜି ସୁପ୍ରିମକୋର୍ଟ ଏହି ନିଷ୍ପତି ଶୁଣାଇଛନ୍ତି । ସେନାରେ ଉଭୟ ପୁରୁଷ ଓ ମହିଳାଙ୍କ ସମାନ ଅଧିକାର ରହିିଛି । ସେନାରେ ସବୁବେଳେ ସମାନତା ରହିବା ଜରୁରୀ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି । ପୁରୁଷ ଅଧିକାରୀଙ୍କ ଭଳି ମହିଳା ଅଧିକାରୀଙ୍କୁ ମଧ୍ୟ ସ୍ଥାୟୀ ପଦପଦବୀ ମିଳିବ । ଦିଲ୍ଲୀ ହାଇକୋର୍ଟଙ୍କ ନିଷ୍ପତି ଉପରେ ମୋହର ମାରି ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ଭର୍ତ୍ସନା କରିଛନ୍ତିି । ଏହା ସହ କେନ୍ଦ୍ର ସରକାରଙ୍କୁ ମହିଳା ଅଧିକାରୀଙ୍କ ପାଇଁ ସ୍ଥାୟୀ କମିଶନ କମାଣ୍ଡ ପୋଷ୍ଟିଂ ନୀତି ଲାଗୁ କରିବା ପାଇଁ ୩ ମାସର ସମୟ ଦେଇଛନ୍ତି । କୋର୍ଟ କହିଛନ୍ତି ଏହି ପ୍ରସଙ୍ଗରେ କେନ୍ଦ୍ର ସରକାର ତାଙ୍କ ମାନସିକତାରେ ପରବର୍ତନ ଆଣିବା ଆବଶ୍ୟକ । ପୂର୍ବରୁ ୨୦୧୦ରେ ସ୍ଥଳ ସେନାରେ ମହିଳାଙ୍କ ସ୍ଥାୟୀ କମିଶନ କମାଣ୍ଡ ପୋଷ୍ଟିଂ ସପକ୍ଷରେ ଦିଲ୍ଲୀ ହାଇକୋର୍ଟ ରାୟ ଦେଇଥିଲେ । ଏହାକୁ ଚ୍ୟାଲେଂଜ କରି ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ କେନ୍ଦ୍ର ସରକାର ।
BREAKING NEWS
- Stampede at Bihar’s Temple: ନାଳନ୍ଦାର ଶୀତଳା ମନ୍ଦିରରେ ଦଳାଚକଟା, ଚାଲିଗଲା ୮ ଜୀବନ, ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
- Sonia Gandhi Discharged From Hospital: ସୁସ୍ଥ ହୋଇ ଘରକୁ ଫେରିଲେ ସୋନିଆ ଗାନ୍ଧୀ
- Health Minister Accuses Opposition: ନିଜ ଜିଦରେ ଅଟଳ ବିରୋଧୀ…ବର୍ଷିଲେ ସ୍ୱାସ୍ଥ୍ୟମନ୍ତ୍ରୀ…ଆଜି ବି ଅଚଳାବସ୍ଥା…
- Odisha Weather Alert: ଆହୁରି ୪ ଦିନ କାଳବୈଶାଖୀ ବର୍ଷା, ୫୦ କିମି/ଘଣ୍ଟା ବେଗରେ ବହିବ ପବନ
- ମଧ୍ୟପ୍ରାଚ୍ୟରେ ୮ ଭାରତୀୟଙ୍କ ମୃତ୍ୟୁ, ଜଣେ ନିଖୋଜ: ଫେରିଲା ୫୫ ଲକ୍ଷ
- ଗ୍ୟାସ ସିଲିଣ୍ଡର୍ କଳାବଜାରୀ ରୋକିବାକୁ ପ୍ରଶାସନ ପକ୍ଷରୁ ଚଢ଼ାଉ
- ସରକାରଙ୍କ ବଡ଼ ଆଶ୍ୱାସନା: ଆହାର କେନ୍ଦ୍ରକୁ ଜାରି ରହିବ ଗ୍ୟାସ୍ ଯୋଗାଣ
- ଗୋରୁ ଗାଡ଼ି ଅଟକାଇବା ବେଳେ ଗଲା ଗୋରକ୍ଷକଙ୍କ ଜୀବନ
- କୁଏତ ତେଲ ଟ୍ୟାଙ୍କର ଉପରେ ଇରାନର ଆକ୍ରମଣ
- ପଣ୍ଡିତ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପ୍ରକଳ୍ପ ଅଟକଳ ବଢାଇବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ
Comments are closed.