Latest Odisha News

BREAKING NEWS

ଓଡ଼ିଶା ହାଇକୋର୍ଟ ବିଚାରପତି ପାଇଁ ୪ ବରିଷ୍ଠ ଆଇନଜୀବୀଙ୍କ ନାଁ ସୁପାରିଶ

କଟକ: ଓଡ଼ିଶା ହାଇକୋର୍ଟ ପାଇଁ ୪ ନୂଆ ବିଚାରପତିଙ୍କ ନାଁ ସୁପାରିଶ । ସେମାନଙ୍କ ନାଁ ସୁପାରିଶ କରିଛନ୍ତି ସୁପ୍ରିମକୋର୍ଟ କଲେଜିୟମ୍ । ଗତ ୨୯ ତାରିଖରେ କଲେଜିୟମ୍ ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି । ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ଲାଗି ୪ ଆଡଭୋକେଟ୍ ମାନଙ୍କ ନାମକୁ ଅନୁମୋଦନ କଲେ ସୁପ୍ରିମକୋର୍ଟ କଲେଜିୟମ୍ ।

ବିଚାରପତି ପାଇଁ ଯେଉଁମାନଙ୍କର ନାଁ ସୁପାରିଶ ହୋଇଛି ସେମାନେ ହେଲେ ଆଇନଜୀବୀ ଭି. ନରସିଂହା, ସଞ୍ଜୟ କୁମାର ମିଶ୍ର, ବିରଜା ପ୍ରସନ୍ନ ଶତପଥୀ ଓ ଶ୍ରୀରମଣ ମୁରାହରି । ଏବେ ଓଡ଼ିଶା ହାଇକୋର୍ଟରେ ୧୮ ଜଣ ବିଚାରପତି ଅଛନ୍ତି । ଓଡ଼ିଶା ହାଇକୋର୍ଟଙ୍କ ଅନୁମୋଦିତ ବିଚାରପତିଙ୍କ ସଂଖ୍ୟା ୨୭ ।

Comments are closed, but trackbacks and pingbacks are open.