Latest Odisha News

BREAKING NEWS

୪ ବଲରେ ୪ ୱିକେଟ ନେଲେ ହୋଲ୍ଡର: ୱେଷ୍ଟଇଣ୍ଡିଜ ସିରିଜ ବିଜୟୀ

ବାର୍ବାଡୋସ: ୱେଷ୍ଟଇଣ୍ଡିଜର ଷ୍ଟାର ବୋଲର ଜାସନ ହୋଲ୍ଡର ଏଠାରେ ଅନୁଷ୍ଠିତ ଇଂଲଣ୍ଡ ବିପକ୍ଷ ୫ମ ଟି୨୦ କ୍ରିକେଟ ମ୍ୟାଚରେ ୪ ବଲରେ ୪ ୱିକେଟ ଅକ୍ତିଆର କରି କୀର୍ତିମାନ ସ୍ଥାପନ କରିଛନ୍ତି । ସେ ପ୍ରଥମ ୱେଷ୍ଟଇଣ୍ଡିଜ ଖେଳାଳି ଭାବେ ଏହି ସଫଳତା ହାସଲ କରିଛନ୍ତି । ଏହି ମ୍ୟାଚରେ ବିଜୟ ହାସଲ କରି ୱେଷ୍ଟଇଣ୍ଡିଜ ୩-୨ରେ ସିରିଜ ଜିତି ନେଇଛି ।

ଶେଷ ଓଭରରେ ଇଂଲଣ୍ଡକୁ ବିଜୟ ପାଇଁ ୨୦ ରନ ଆବଶ୍ୟକ ହେଉଥିଲା । ହୋଲ୍ଡରଙ୍କ ପ୍ରଥମ ବଲ ନୋ ବଲ ହୋଇଥିଲା । ଦ୍ୱିତୀୟ ବଲରେ କୌଣସି ରନ ହୋଇ ନ ଥିଲା । ଏହା ପରେ ସେ କ୍ରମାଗତ ୪ଟି ବଲରେ ସେ ଜୋର୍ଡାନ, ସ୍ୟାମ ୱିଲିଙ୍ଗ୍‌, ଅଦିଲ ରଶିଦ ଓ ଶାକିବ ମେହମୁଦଙ୍କ ୱିକେଟ ନେଇଥିଲେ । ୱେଷ୍ଟଇଣ୍ଡିଜ ପ୍ରଥମେ ବ୍ୟାଟିଂ କରି ୧୮୦ ରନର ଟାର୍ଗେଟ ଦେଇଥିଲା ।

Comments are closed, but trackbacks and pingbacks are open.