Latest Odisha News

BREAKING NEWS

ତୁଟୁନି କେଜ୍ରିଓ୍ବାଲଙ୍କ ଅଡୁଆ, ଜାମିନ ଆବେଦନକୁ ସୁପ୍ରିମକୋର୍ଟଙ୍କ ରେଡ୍ ସିଗନାଲ

ନୂଆଦିଲ୍ଲୀ: କେଜ୍ରିଓ୍ବାଲଙ୍କ ବିବାଦ ଥମିବାର ନାଁ ନେଉନାହିଁ । ମୋଦି ବିରୋଧୀ ହେବା ଏବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ମହଙ୍ଗା ପଡିଛି । ଜେଲରୁ ବାହାରିବାର ସବୁ ବାଟ ଧିରେ ଧିରେ ବନ୍ଦ ହେବାରେ ଲାଗିଛି । ଏବେ ଜାମିନ ଶୁଣାଣି ନେଇ ସୁପ୍ରମକୋର୍ଟ ବି ନୂଆ ତାରିଖ ଦେଇଛନ୍ତି । ସୁପ୍ରିମକୋର୍ଟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ତତ୍କାଳ ଜାମିନ ଆବେଦନ ଉପରେ ରେଡ୍ ସିଗନାଲ ଜାରି କରିଛନ୍ତି । ଏନେଇ ସୁପ୍ରିମକୋର୍ଟ ଦିଲ୍ଲୀ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଅପେକ୍ଷା କରିବାକୁ କେଜ୍ରିଓ୍ବାଙ୍କୁ ପରାମର୍ଶ ଦେଇଛନ୍ତି। ଯାହାର ଶୁଣାଣି ଜୁନ୍ ୨୬ରେ ହେବ ।

ତେବେ ଗତ ସପ୍ତାହରେ ଦିଲ୍ଲୀ ରାଉଜ ଆଭେନ୍ୟୁ କୋର୍ଟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲଙ୍କୁ ଜାମିନ ପ୍ରଦାନ କରିଥିଲେ । ଯାହା ଉପରେ ରହିତାଦେଶ ଜାରି କରିଥିଲେ ଦିଲ୍ଲୀ ହାଇକୋର୍ଟ । ହାଇକୋର୍ଟଙ୍କ ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲ ସୁପ୍ରିମକୋର୍ଟରେ ଏନେଇ ଏକ ପିଟିସନ ଦାଖଲ କରିଥିଲେ।ଏହା ସହିତ ତତ୍କାଳ ଜାମିନ ପାଇଁ ଆବେଦନ ବି କରିଥିଲେ । ହେଲେ ଏହା ଉପରେ ଶୁଶାଣି କରି ଜାମିନ ଅଟକାଇବା ପ୍ରସଙ୍ଗରେ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଅପେକ୍ଷା କରିବାକୁ ପରାମର୍ଶ ଦେିଛନ୍ତି ସୁପ୍ରିମକୋର୍ଟ । ଅଟକାଇବା ବେଳେ କୋର୍ଟ କହିଛନ୍ତି ଯେ ଏହା ଜୁନ୍ 25 ରେ ଘୋଷଣା କରିବ।

ସୁଚନାଯୋଗ୍ୟ, ଜୁନ୍ ୨୧ ତାରିଖ ଗୁରୁବାର ଦିଲ୍ଲୀ ରାଉଜ ଆଭେନ୍ୟୁ କୋର୍ଟ କେଜ୍ରିଓ୍ବାଲଙ୍କୁ ଜାମିନ୍ ପ୍ରଦାନ କରିଥିବା ବେଳେ ଏହାକୁ ନେଇ ହାଇକୋର୍ଟରେ ଫେରାଦ ହୋଇଥିଲା ଇଡି । ଆଉ ଶୁକ୍ରବାର ହାଇକୋର୍ଟ ଇଡିର ଆବେଦନ ଅନୁଯାୟୀ କେଜ୍ରିଓ୍ବାଲଙ୍କ ଜାମିନ ଉପରେ ରୋକ ଲଗାଇଥିଲେ । ଏହା ସହିତ ଏହାର ଶୁଣାଣି ପାଇଁ ୨ରୁ ୩ ଦିନ ସମୟ ନେଇଥିଲେ କୋର୍ଟ । ଯାହାର ଶୁଣାଣି ଜୁନ୍ ୨୬ ହେବ ବୋଲି କୋର୍ଟ କହିଛନ୍ତି । ସେ ପର୍ଯ୍ୟନ୍ତ ତିହାର ଜେଲରେ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲ ରହିବେ ବୋଲି ନିର୍ଦ୍ଦେଶ ଜାରି କରିଛନ୍ତି ଦିଲ୍ଲୀ ହାଇକୋର୍ଟ । ତେବେ , ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଗତ ମାର୍ଚ୍ଚ ୨୧ ତାରିଖରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଗିରଫ କରିଥିଲା ଇଡି। ସେବେଠାରୁ ସେ ତିହାର ଜେଲରେ ରହିଛନ୍ତି।

 

Comments are closed.