Latest Odisha News

ପୁରୀ ବ୍ୟତୀତ ରାଜ୍ୟରେ ଆଉ କେଉଁଠି ରଥଯାତ୍ରାକୁ ନା, ସୁପ୍ରିମକୋର୍ଟରେ ସବୁ ପିଟିସନ୍ ଖାରଜ

ନୂଆଦିଲ୍ଲୀ: ପୁରୀ ବ୍ୟତୀତ ରାଜ୍ୟର ଆଉ କେଉଁଠି ରଥଯାତ୍ରା ହେବ ନାହିଁ । ଏନେଇ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ପୁରୀ ବ୍ୟତୀତ ରାଜ୍ୟର ଅନ୍ୟ ସ୍ଥାନରେ ରଥଯାତ୍ରା ଆୟୋଜନ ନେଇ ନିର୍ଦ୍ଦେଶ ଦେବାକୁ ହୋଇଥିବା ପିଟିସନ୍ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ଏନେଇ ସର୍ବୋଚ୍ଚ ଅଦାଲତରେ ଏକାଧିକ ପିଟିସନ୍ ଫାଇଲ୍ ହୋଇଥିଲା ।

ପୂର୍ବରୁ ଓଡ଼ିଶା ହାଇକୋର୍ଟ ବି ଏସମ୍ପର୍କିତ ପିଟିସନ ଖାରଜ କରିଥିଲେ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟରେ ପୁରୀ ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ରଥଯାତ୍ରାକୁ ଅନୁମତି ଦେଇ ନାହାନ୍ତି ସରକାର । ହାଇକୋର୍ଟଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା । ପ୍ରଧାନ ବିଚାରପତି ଜଷ୍ଟିସ ରମନ୍ନା କହିଛନ୍ତି, ତାଙ୍କୁ ବି ବହୁତ ଦୁଃଖ ଲାଗୁଛି । କିନ୍ତୁ ଏନେଇ କିଛି କରିପାରିବେ ନାହିଁ । ଆସନ୍ତାବର୍ଷ ରଥଯାତ୍ରା ପାଇଁ ଭଗବାନ ଅନୁମତି ଦେବେ ଏହି ଆଶା କରିବା ବୋଲି ପ୍ରଧାନ ବିଚାରପତି କହିଛନ୍ତି ।

କୋଭିଡ୍ କଟକଣାରେ କେବଳ ପୁରୀରେ ବିନା ଭକ୍ତରେ ରଥଯାତ୍ରା ଆୟୋଜନ ହେବ । କେବଳ କୋଭିଡ୍ ନେଗେଟିଭ୍ ରିପୋର୍ଟ ଥିବା ସେବାୟତ, ପ୍ରଶାସନିକ ଅଧିକାରୀ ଓ କର୍ମଚାରୀଙ୍କ ସମେତ ପୋଲିସ ସାମିଲ ହେବେ । ରଥଯାତ୍ରା ଦିନ ପୁରୀ ବଡ଼ଦାଣ୍ଡରେ ଲାଗିବ ୧୪୪ ଧାରା । ଦୁଇ ଦିନ ପୂର୍ବରୁ ପୁରୀର ସହରରେ ବାହାର ଲୋକଙ୍କୁ ପ୍ରବେଶ କରାଯିବ ନାହିଁ ।

Leave A Reply

Your email address will not be published.