Latest Odisha News

ନିର୍ଭୟା ଦୋଷୀ ବିନୟର ପିଟିସନ ଖାରଜ; ମାନସିକ ସ୍ତରରେ ଠିକ୍ ଅଛି କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ନିର୍ଭୟା ଦୁଷ୍କର୍ମ ଓ ଗଣହତ୍ୟା ମାମଲାର ଦୋଷୀ ବିନୟ ଶର୍ମାର ପିଟିସନ ଖାରଜ କରିଦେଇଛି । କୋର୍ଟ କହିଛି, ମେଡିକାଲ ରିପୋର୍ଟରେ ଦୋଷୀ ବିନୟ ଶର୍ମାର ମାନସିକ ଅବସ୍ଥା ଠିକ୍ ଅଛି । ସେ କେବଳ ଶାରୀରିକ ନୁହେଁ ମାନସିକ ସ୍ତରରେ ମଧ୍ୟ ସୁସ୍ଥ ଅଛି । ଜଷ୍ଟିସ ଆର ଭାନୁମତି, ଜଷ୍ଟିସ ଅଶୋକ ଭୂଷଣ ଓ ଜଷ୍ଟିସ ଏ.ଏସ. ବୋପନ୍ନାଙ୍କ ବେଂଚ ଏହି ମାମଲାର ଶୁଣାଣି କରିଥିଲେ ।

ଦୋଷୀ ବିନୟ ଶର୍ମା ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ୱାରା ରାଜକ୍ଷମା ଖାରଜକୁ ଚ୍ୟାଲେଂଜ କରି ସୁପ୍ରିମକୋର୍ଟ ଯାଇଥିଲା । ସେ ମାନସିକ ଅବସ୍ଥା ଠିକ୍ ନଥିବା ପ୍ରମାଣ ଉପସ୍ଥାପନା କରିଥିଲା । ସେ ଏହା ବି ଅଭିଯୋଗ ଆଣିଥିଲା କି, ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସାମନାରେ ସମସ୍ତ ଦସ୍ତାବିଜ ଉପସ୍ଥାପନା କରାଯାଇନଥିଲା । କିନ୍ତୁ ସୁପ୍ରିମକୋର୍ଟ ସିଧାସଳଖ ବିନୟର ଆବେଦନକୁ ଖାରଜ କରିଦେଇଛନ୍ତି ।

Leave A Reply

Your email address will not be published.