Latest Odisha News

BREAKING NEWS

କେରଳ ପରି ଓଡ଼ିଶାରେ ବିକଶିତ ହେବ ଜଳ-ପର୍ଯ୍ୟଟନ !

ଭୁବନେଶ୍ୱର: କେରଳ ପରି ଓଡ଼ିଶାରେ ମଧ୍ୟ ସାମୁଦ୍ରିକ ଜଳ କ୍ରୀଡ଼ା ଓ ଜଳ ପର୍ଯ୍ୟଟକକୁ ଗୁରୁତ୍ୱ ଦିଆଯିବ । ଓଡ଼ିଶାରେ ଜଳ-ପର୍ଯ୍ୟଟନକୁ ପ୍ରୋତ୍ସାହିତ କରାଯାଇ ଅନେକ ଯୋଜନା ହାତକୁ ନେବାକୁ ନିଷ୍ପତ୍ତି ଗ୍ରହଣ କରିଛନ୍ତି ରାଜ୍ୟ ସରକାର । ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ଗୁରୁବାର ଦିନ ଏନେଇ କେରଳ ସିପିଂ ଏଣ୍ଡ ନେଭିଗେସନ କର୍ପୋରେସନ (କେଏସଆଇଏନସି) ସହିତ ଏକ ବୁଝାମଣା ସ୍ୱାକ୍ଷରିତ କରିଛନ୍ତି । ଏହି ଯୋଜନା ଅନୁଯାୟୀ ରାଜ୍ୟର ଅନେକ ପର୍ଯ୍ୟଟନସ୍ଥଳୀରେ ଜଳ-କ୍ରୀଡ଼ାକୁ ଅଧିକ ପ୍ରୋତ୍ସାହନ ଦିଆଯିବ ।

 

 

କେରଳର ଏହି କର୍ପୋରେସନ ଏବଂ ବିଭାଗୀୟ କର୍ତ୍ତୃପକ୍ଷ ଏନେଇ ବିଭିନ୍ନ ଯୋଜନା ପ୍ରସ୍ତୁତ କରିବା ସହିତ ଏହାର ବିକାଶ ନିମନ୍ତେ ଅନେକ ପଦକ୍ଷେପ ମଧ୍ୟ ଗ୍ରହଣ କରିସାରିଛନ୍ତି ।

ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଏସମ୍ପର୍କରେ କହିଛନ୍ତି ଯେ, ମିଳିତ ଉଦ୍ୟମରେ ହେଉଥିବା ଏହି ଯୋଜନାଟି ସଫଳ ରୂପାୟନ ନେଇପାରିବା ସହିତ ଓଡ଼ିଶାର ଜଳ-ପର୍ଯ୍ୟଟନକୁ ଅଧିକ ପ୍ରୋତ୍ସାହିତ କରିପାରିବ ।

ଚିଲିକାର ୪୮୨ କିଲୋମିଟର ପରିବ୍ୟାପ୍ତ ତଟବର୍ତ୍ତୀ ଅଞ୍ଚଳକୁ ଏହି ଯୋଜନାରେ ସାମିଲ୍ କରାଯାଇପାରେ ବୋଲି ସୂଚନା ମିଳିଛି ।

ବର୍ତ୍ତମାନ ରାଜ୍ୟର ତାମ୍ପରା, ଗୋପାଳପୁର, ବରକୂଳ, ଚନ୍ଦ୍ରଭାଗା ଏବଂ କଟକର ନରାଜଠାରେ ଜଳ କ୍ରୀଡ଼ାର ସୁବିଧା ରହିଛି ।

ମିଳିଥିବା ସୂଚନାନୁଯାୟୀ, ଆଗାମୀ ଦିନରେ ଚିଲିକା ଓ ତମ୍ପରା ହ୍ରଦ ପରି ଭିତରକନିକା ଏବଂ ଗୋପାଳପୁରଠାରେ ମଧ୍ୟ ହାଉସବୋଟ ସହିତ ଅନ୍ୟାନ୍ୟ ଜଳ ସମ୍ପର୍କୀତ ୱାଟର ସ୍ଫୋର୍ଟସ ପ୍ରତିଷ୍ଠା କରାଯିବାକୁ ଯୋଜନା ରହିଛି ।

Leave A Reply

Your email address will not be published.