Latest Odisha News

ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ପୈତୃକ ସମ୍ପତିରେ ଝିଅଙ୍କ ରହିଛି ସମାନ ଅଧିକାର

ନୂଆଦିଲ୍ଲୀ:ମାନ୍ୟବର ସୁପ୍ରିମକୋର୍ଟ ପୈତୃକ ସମ୍ପତି ଉପରେ ଝିଅଙ୍କ ଅଧିକାର ନେଇ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ପୈତୃକ ସମ୍ପତିରେ ଝିଅଙ୍କ ସମାନ ଅଧିକାର ରହିଛି । ଏହା ହିନ୍ଦୁ ପର୍ସନାଲ ଲ ଓ ହିନ୍ଦୁ ଉତରାଧିକାରୀ ଅଧିନିୟମରେ ଏହା ଲାଗୁ ହେବ । ୧୯୫୬ ପୂର୍ବରୁ ଯଦି ବି ବାପାଙ୍କ ମୃତ୍ୟୁ ହୋଇଥାଏ ଏହି ନିୟମ ଲାଗୁ ହେବ ।

ସୁପ୍ରିମକୋର୍ଟଙ୍କ ବିଚାରପତି ଅବଦୁଲ ନାଜିର ଓ କ୍ରିଷ୍ଣା ମୂରାରୀ ଅଧ୍ୟକ୍ଷତାରେ ଏହି ଶୁଣାଣୀ କରାଯାଇଛି । ପୈତୃକ ସମ୍ପତିରେ ଝିଅଙ୍କ ଜନ୍ମଗତ ଅଧିକାର ରହିଛି ଏବଂ ଏହାକୁ କେହି ରୋକିପାରିବେ ନାହିଁ ବୋଲି କୋର୍ଟ କହିଛନ୍ତି । ୨୦୧୮ର ଏ ସମ୍ପର୍କୀତ ଏକ କେସର ଶୁଣାଣୀ କରି ସୁପ୍ରିମକୋର୍ଟଙ୍କ ପକ୍ଷରୁ ଏହି ଶୁଣାଣୀ କରାଯାଇଛି ।

Comments are closed, but trackbacks and pingbacks are open.