Latest Odisha News

ବୁଲଡୋଜର ଆକ୍ସନ: ଅପରାଧୀଙ୍କ ଘର ଭାଙ୍ଗିବା ଉପରେ ଏପରି କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦେଶର ବିଭିନ୍ନ ରାଜ୍ୟରେ ବୁଲଡୋଜରଙ୍କ ଆକ୍ସନ ଉପରେ ଆଜି ସୁପ୍ରିମକୋର୍ଟରେ ଏକ ଗୁରୁତ୍ୱପୂର୍ଣ୍ଣ ଶୁଣାଣି ହୋଇଛି । ଯେଉଁଥିରେ କୋର୍ଟ କହିଛନ୍ତି ଯେ, ଭାରତ ଏକ ଧର୍ମନିରପେକ୍ଷ ଦେଶ, ସେ ଯେତେବଡ ଅଭିଯୁକ୍ତ ହେଉ ପଛେ ତାର ଘର ଭଙ୍ଗାଯିବା ଉଚିତ୍ ନୁହେଁ । ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟ ତାଙ୍କ ନିଷ୍ପତ୍ତି ସଂରକ୍ଷିତ ରଖିଛନ୍ତି ।

ଧାର୍ମିକ ପୀଠକୁ ନେଇ ମଧ୍ୟ ସୁପ୍ରିମକୋର୍ଟ ତାଙ୍କ ରାୟ ଶୁଣାଇଛନ୍ତି । ଏଥିରେ କୋର୍ଟ କହିଛନ୍ତି, ଯଦି ଜବରଦଖଲ କରି କୌଣସି ଧାର୍ମିକ ପୀଠ କରାଯାଇଥାଏ । ଏହା ଯଦି ଜନସାଧାରଣଙ୍କ ପ୍ରତି ବିପଦ ସୃଷ୍ଟି କରେ ତେବେ କାହାର ଧର୍ମକୁ ନ ଦେଖି ତାକୁ ଉଚ୍ଛେଦ କରାଯିବ । କିନ୍ତୁ ଜବରଦଖଲ ଉଚ୍ଛେଦ ନାଁରେ କାହାର ଘର ଦ୍ଵାର ଭଙ୍ଗା ଯାଇପାରିବନି ।

ବର୍ତ୍ତମାନ ସୁପ୍ରିମକୋର୍ଟଙ୍କ ଏହି ମନ୍ତବ୍ୟ ଉପରେ ଜମିୟତ୍ ଉଲେମା-ଏ-ହିନ୍ଦର ଅଧ୍ୟକ୍ଷ ମୌଲାନା ଅର୍ଶଦ ମଦନୀଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି ।

ମୌଲାନା ଅର୍ଶଦ ମଦନୀ ସୁପ୍ରିମକୋର୍ଟଙ୍କ ମନ୍ତବ୍ୟ ଉପରେ ସନ୍ତୁଷ୍ଟ ବ୍ୟକ୍ତ କରି କହିଛନ୍ତି ଯେ, ସୁପ୍ରିମକୋର୍ଟ ଯାହା କହିଛନ୍ତି, ଠିକ୍ ସମାନ କଥା ଜମିୟତ୍ ଉଲେମା-ଏ-ହିନ୍ଦ ଆରମ୍ଭରୁ କହିଆସୁଛି ଯେ ଧର୍ମ ଆଧାରରେ କାହାକୁ ନିର୍ଯାତନା ଦିଆଯିବା ଉଚିତ୍ ନୁହେଁ । ଆଇନ ଦୃଷ୍ଟିରୁ ସମସ୍ତେ ସମାନ ବୋଲି ସେ କହିଛନ୍ତି ।

ତେବେ ସୁପ୍ରିମକୋର୍ଟଙ୍କ ବିନା ଅନୁମତିରେ କୌଣସି ଅଭିଯୁକ୍ତର ଘର ନ ଭାଙ୍ଗିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସାରା ଦେଶରେ ଏପରି କାର୍ଯ୍ୟାନୁଷ୍ଠାନ ଉପରେ ସ୍ଥଗିତାଦେଶ ଜାରି କରାଯାଇଛି ।

Leave A Reply

Your email address will not be published.