Latest Odisha News

BREAKING NEWS

କୋଟିଆ ମାମଲାରେ ଆନ୍ଧ୍ର ଉପରେ ବର୍ଷିଲେ ସୁପ୍ରିମକୋର୍ଟ

ଦିଲ୍ଲୀ : ସୁପ୍ରିମକୋର୍ଟରେ ଚାଲିଥିବା କୋଟିଆ ମାମଲାର ଶୁଣାଣି ଶେଷ ହୋଇଛି । ରାଜନୈତିକ ସମାଧାନ ଉପରେ ପୁଣି ଜୋର୍ ଦେଇଛନ୍ତି ସୁପ୍ରିମକୋର୍ଟ । ଏହି ଶୁଣାଣି ବେଳେ ଆନ୍ଧ୍ର ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ । ଓଡିଶା ବିଭିନ୍ନ ପଦକ୍ଷେପ ଓ ଦୁଇ ରାଜ୍ୟ ଭିତରେ ହୋଇଥିବା ଆଲୋଚନା ଉପରେ ନିଜ ପକ୍ଷ ରଖିବା ପରେ , ଆନ୍ଧ୍ର ତରଫରୁ ଆଇନଜୀବୀ ନିରଞ୍ଜନ ରେଡ୍ଡି ତର୍କ କରିଥିଲେ । ସେ କହିଥିଲେ ଯେହେତୁ ରାଜ୍ୟ ରାଜନୈତିକି ଆଲୋଚନା କରୁଛି । ତେଣୁ କୋଟିଆ ପ୍ରସଙ୍ଗରେ ଆନ୍ଧ୍ରକୁ ଦିଆଯାଇଥିବା କୋର୍ଟ ଅବମାନନା ନୋଟିସକୁ ପ୍ରତ୍ୟାହାର କରାଯାଉ ।

ସୁପ୍ରିମକୋର୍ଟ ଆନ୍ଧ୍ରର ଆଇନ ଜୀବୀଙ୍କ ଜବାବକୁ ଖାରଜ କରିଥିଲେ । ସୁପ୍ରିମ କୋର୍ଟ କହିଥିଲେ ଯେ କୋର୍ଟ ଅବମାନନା ଏକ ଗୁରୁତ୍ୱ ପୂର୍ଣ୍ଣ ବିଷୟ ଏହାକୁ ପ୍ରତ୍ୟାହାର କରାଯାଇ ପାରିବ ନାହଁ । ହେଲେ ଓଡିଶା ଦାଖଲ କରିଥିବା କୋର୍ଟ ଅବମାନନା ମାମଲାକୁ ଖାରଜ କରାଯିବ ନାହିଁ । ଜାନୁଆରୀ ପ୍ରଥମ ସପ୍ତାହରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ଜଣାପଡିଛି ।

Leave A Reply

Your email address will not be published.