Latest Odisha News

BREAKING NEWS

କର୍ଣ୍ଣାଟକ ମେଡ଼ିକାଲ କଲେଜରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୮୨କୁ ବୃଦ୍ଧି

କର୍ଣ୍ଣାଟକ: କର୍ଣ୍ଣାଟକ ଧାରୱାଡ଼ର ମେଡ଼ିକାଲ କଲେଜରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଗୁରୁବାର ସୁଦ୍ଧା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୬ଥିଲା । ଆଜି ଆଉ ୧୧୬ଜଣ ଛାତ୍ରଛାତ୍ରୀ ଆକ୍ରାନ୍ତ ହୋଇଛନ୍ତି । ଏହାସହ କଲେଜରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୮୨ରେ ପହଞ୍ଚିଛି । ଏହି ମେଡ଼ିକାଲ କଲେଜ ଏବେ କୋଭିଡ଼-୧୯କ୍ଲଷ୍ଟର ବା ସୁପର ସ୍ପ୍ରେଡ଼ର ପାଲଟିଯାଇଥିବା ସରକାରୀ ଅଧିକାରୀମାନେ କହିଛନ୍ତି ।

କଲେଜ ଅଧିକାରୀ କହିଛନ୍ତି, ଅଧିକାଂଶ ସଂକ୍ରମିତ କରୋନା ଭାଇରସ ଉପରେ ସମ୍ପୂର୍ଣ୍ଣ ଟିକା ନେଇସାରିଥିଲେ । ନିକଟରେ କଲେଜ ପରିସରରେ ଏକ ଫ୍ରେଶର ପାର୍ଟି ହୋଇଥିଲା । ଯାହାପରେ କରୋନା ବିସ୍ଫୋରଣ ଘଟିଛି । ବଢ଼ିବାରେ ଲାଗିଛି ସଂକ୍ରମିତଙ୍କ ସଂଖ୍ୟା । ଗୁରୁବାର ଦିନ ୬୬ଜଣ କରୋନା ସଂକ୍ରମିତ ବାହାରିବା ପରେ ଆଜି ଆହୁରି କରୋନା ଟେଷ୍ଟ କରାଯାଉଛି । ସଂକ୍ରମିତ ହୋଇଥିବା ଲୋକଙ୍କ ସାମ୍ପଲ ଜିନୋମ ସିକ୍ୱେନ୍ସିଂ ପାଇଁ ପଠାଇ ଦିଆଯାଇଛି ।

ଅଧିକାରୀଙ୍କ କହିବା ଅନୁଯାୟୀ, ସପ୍ତାହକ ତଳେ ହୋଇଥିବା କାର୍ଯ୍ୟକ୍ରମରେ ଏହି ସଂକ୍ରମଣ ବ୍ୟାପିଛି । ବର୍ତ୍ତମାନ ଏତେ ସଂଖ୍ୟାରେ ସଂକ୍ରମିତ ହେବା ସମସ୍ତଙ୍କୁ ଚିନ୍ତାରେ ପକାଇଛି । ସଂକ୍ରମିତ ହୋଇଥିବା ଲୋକଙ୍କୁ କଲେଜ ପରିସର ଭିତରେ କ୍ୱାରେଣ୍ଟାଇନରେ ରଖାଯାଇଛି । ସୁରକ୍ଷା ଦୃଷ୍ଟିରୁ ଦୁଇଟି ହଷ୍ଟେଲକୁ ସିଲ କରିଦିଆଯାଇଛି ।

Leave A Reply

Your email address will not be published.