Latest Odisha News

BREAKING NEWS

କୋଲକାତା ଲଜ୍ଜା: ପୁଣି ବର୍ଷିଲେ କୋର୍ଟ, କହିଲେ ଏପରି ମାମଲା ଆଗରୁ ଦେଖିନୁ

କୋଲକାତା: କୋଲକାତା ଆରଜି କର ମେଡିକାଲ କଲେଜ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ସୁପ୍ରିମକୋର୍ଟରେ ଷ୍ଟାଟସ ରିପୋର୍ଟ ଦାଖଲ କରିଛି ସିବିଆଇ । ଯାହାକୁ ନେଇ ପୁଣି ଏହି ମାମଲାରେ ଉପରେ ଶୁଣାଣି କରୁଛନ୍ତି ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତିଙ୍କ ଅଧ୍ୟକ୍ଷତାରେ ତିଆରି ହୋଇଥିବା ଖଣ୍ଡପୀଠ । ସିବିଆଇ ରିପୋର୍ଟକୁ ଦେଖିସାରିଲା ପରେ ପୁଣି ଏହି ମାମଲାକୁ ଭତ୍ସନା କରିଛନ୍ତି କୋର୍ଟ । ପଶ୍ଚିମବଙ୍ଗ ପୋଲିସର କାର୍ଯ୍ୟକୁ କୁତ୍ସାରଟନା କରିଛନ୍ତି ।

ଏନେଇ କୋର୍ଟ କହିଛନ୍ତି, ପୋଷ୍ଟମର୍ଟମ ପରେ ମାମଲା ରୁଜୁ ହେବା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ । ପଶ୍ଚିମବଙ୍ଗ ପୋଲିସର ଏହି କାର୍ଯ୍ୟ ଓ ଏହି ମାମଲାକୁ ନେଇ ବ୍ୟବହାର ଅନ୍ୟନ୍ତ ଲଜ୍ଜାଜନକ ବୋଲି କୋର୍ଟ କହିଛନ୍ତି । ଏନେଇ କୋର୍ଟ ପଶ୍ଚିମବଙ୍ଗ ପୋଲିସର ତଦନ୍ତକୁ ନେଇ ପ୍ରଶ୍ନ ଉଠାଇ କହିଛନ୍ତି, ଡାକ୍ତରଙ୍କ ମୃତ୍ୟୁ ସକାଳ ୧୦. ୧୦ରେ ରେକର୍ଡ ହୋଇଥିବା ବେଳେ ଘଟଣା ଓ ଅନ୍ୟ ସମସ୍ତ ରିପୋର୍ଟ ରାତି ୧୧. ୩୦ରେ ରେକର୍ଡ ହେଲା ଓ ଘଟଣା ସ୍ଥଳକୁ ଏହାପରେ ସିଜ୍ କରାଗଲା । ସେପର୍ଯ୍ୟନ୍ତ କ’ଣ କରୁଥିଲେ ବୋଲି ପୋଲିସଙ୍କୁ ପ୍ରଶ୍ନ କରିଛନ୍ତି ସୁପ୍ରିମକୋର୍ଟ । ଯଦି ଡାକ୍ତରଙ୍କ ମୃତ୍ୟୁ ସ୍ବାଭାବିକ ଥିଲା ତାହାଲେ ପୋଷ୍ଟମର୍ଟମ କାହିଁକି ହେଲା ବୋଲି ପ୍ରଶ୍ନ କରିଛନ୍ତି କୋର୍ଟ ।

ଏଭଳି ପଶ୍ଚିମବଙ୍ଗ ପ୍ରଶାସନର ଏଭଳି ଅନିୟମିତତା ଦେଖି ଖଣ୍ଡପୀଠ କହିଛନ୍ତି, ଏଭଳି ମାମଲାରେ ରାଜ୍ୟ ପ୍ରଶାସନ ଯେଉଁଭଳି ଭାବେ ପଦକ୍ଷେପ ଗ୍ରହଣ କରିଛନ୍ତି ତାହା ମୁଁ ମୋର ଜୀବନର ୩୦ ବର୍ଷ ଭିତରେ ଏଭଳି ମାମଲା ଦେଖିନାହିଁ ।  ଏହା ସହିତ ଆନ୍ଦୋଳନରତ ଡାକ୍ତରଙ୍କୁ କାର୍ଯ୍ୟରେ ଯୋଗ ଦେବାକୁ ଆହ୍ବାନ ଦେଇଛନ୍ତି କୋର୍ଟ ।

Comments are closed.