Latest Odisha News

BREAKING NEWS

ବିଧବା ମହିଳାଙ୍କୁ ଦରକାର ନାହିଁ ମେକଅପ୍; ବର୍ଷିଲେ ସୁପ୍ରିମକୋର୍ଟ

ପାଟନା: ବିଧବା ମହିଳାଙ୍କୁ ଦରକାର ନାହିଁ ମେକଅପ୍। ପାଟନା ହାଇକୋର୍ଟଙ୍କ ଏଭଳି ମନ୍ତବ୍ୟ ଉପରେ ବୁଧବାର ସୁପ୍ରିମକୋର୍ଟ ଆପତ୍ତି ଦର୍ଶାଇଛନ୍ତି। ପାଟନା ହାଇକୋର୍ଟ ଏକ ମାମଲାର ଶୁଣାଣି ବେଳେ କହିଥିଲେ ଯେ ଜଣେ ବିଧବା ମହିଳାଙ୍କୁ ମେକ୍ ଅପ୍ ଦରକାର ନାହିଁ।

ପାଟନା ହାଇକୋର୍ଟ ଏକ ଅପହରଣ ଓ ହତ୍ୟା ମାମଲାରେ ଦାଖଲ ହୋଇଥିବା ପିଟିସନର ଶୁଣାଣି କରିଥିଲେ। ଯେଉଁଥିରେ ପାଟନା ହାଇକୋର୍ଟ ୭ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ତେବେ ପାଟନା ହାଇକୋର୍ଟଙ୍କ ରାୟ ବିରୋଧରେ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଥିଲା। ଉକ୍ତ ଲୋକଙ୍କୁ ନିର୍ଦ୍ଦୋଷରେ ଖଲାସ କରିବାକୁ ସୁପ୍ରିମକୋର୍ଟ କହିଛନ୍ତି। କୋର୍ଟ କହିଛନ୍ତି ଯେ ଏହି ଲୋକମାନେ ମହିଳାଙ୍କୁ ହତ୍ୟା କରିଛନ୍ତି ବୋଲି କୌଣସି ପ୍ରମାଣ ମିଳିନାହିଁ।

ଜଷ୍ଟିସ ବେଲା ଏମ ତ୍ରିବେଦୀ ଏବଂ ଜଷ୍ଟିସ ସତୀଶ ଚନ୍ଦ୍ର ଶର୍ମାଙ୍କ ବେଞ୍ଚ ଏହି ମାମଲାର ଶୁଣାଣି କରିଥିଲା। ୧୯୮୫ ମସିହାରେ ଏହି ମାମଲାରେ ଜଣେ ମହିଳାଙ୍କୁ ଅପହରଣ ଓ ହତ୍ଯା କରାଯାଇଥିବା ଅଭିଯୋଗ ହୋଇଥିଲା।

ମହିଳାଙ୍କ ମାମୁଁ ଏବଂ ଅନ୍ୟ ଜଣେ ସମ୍ପର୍କୀୟ ଓ ଅନୁସନ୍ଧାନକାରୀ ଅଧିକାରୀଙ୍କ ସାକ୍ଷ୍ୟ ଆଧାରରେ ହାଇକୋର୍ଟ ସିଦ୍ଧାନ୍ତ ନେଇଥିଲେ ଯେ ପୀଡ଼ିତାଙ୍କ ଘରୁ ମିଳିଥିବା ମେକ୍ଅପ୍ ସାମଗ୍ରୀକୁ ସେ ସେଠାରେ ଥିବା ନେଇ ପ୍ରମାଣ ଭାବରେ ଗ୍ରହଣ କରିଥିଲେ। ତେବେ ଅନ୍ୟ ଜଣେ ବିଧବା ମହିଳା ମଧ୍ୟ ଘରେ ରହୁଥିଲେ କିନ୍ତୁ ସେଠାରୁ ମିଳିଥିବା ମେକ୍ ଅପ୍ ସାମଗ୍ରୀ ବିଧବା ମହିଳାଙ୍କର ହୋଇନଥିବ କାରଣ ତାଙ୍କୁ ମେକଅପ୍ ଦରକାର ନାହିଁ।

ସୁପ୍ରିମକୋର୍ଟଙ୍କ ବେଞ୍ଚ ଆହୁରି ମଧ୍ଯ କହିଛନ୍ତି ଯେ ଆମ ଦୃଷ୍ଟିରେ ପାଟନା ହାଇକୋର୍ଟଙ୍କ ମନ୍ତବ୍ୟ କେବଳ ଆଇନଗତ ଭାବରେ ଗ୍ରହଣୀୟ ନୁହେଁ ବରଂ ଏହା ଅତ୍ୟନ୍ତ ଆପତ୍ତିଜନକ ମଧ୍ୟ।ଏଭଳି ମନ୍ତବ୍ୟ ନ୍ୟାୟପାଳିକାଠାରୁ ଆଶା କରାଯାଉନଥିବା କହିଛନ୍ତି ସର୍ବୋଚ୍ଚ ଅଦାଲତ।

Leave A Reply

Your email address will not be published.