ଭୁବନେଶ୍ବର: ଖଣି ସମ୍ପଦ ଉପରେ ସୁପ୍ରିମକୋର୍ଟଙ୍କ ବଡ ରାୟ । କହିଲେ, ରୟାଲିଟି ଟ୍ୟାକ୍ସ ନୁହେଁ । ଏନେଇ ଗୁରୁବାର ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡି.ୱାୟୀ ଚନ୍ଦ୍ରଚୁଡ଼ଙ୍କ ନେତୃତ୍ୱରେ ୯ ଜଣିଆ ଖଣ୍ଡପୀଠ କହିଛନ୍ତି ଯେ, ରୟାଲଟି ଟ୍ୟାକ୍ସ ସହିତ ସମାନ ନୁହେଁ। କୋର୍ଟ ଆହୁରି ମଧ୍ୟ କହିଛନ୍ତି, ରାଜ୍ୟମାନଙ୍କ ଦ୍ବାରା ଖଣିଜ ପଦାର୍ଥ ଜମି ଉପରେ ଟିକସ ଆଦାୟ କରିବାର କ୍ଷମତା ଅଛି । ହେଲେ ଏନେଇ କେନ୍ଦ୍ରକୁ ଦିଆଯାଇଥିବା ରୟାଲିଟିକୁ ଟ୍ୟାକ୍ସ କୁହାଯାଇପାରିବ ନାହିଁ । ବରଂ ଏହା ଏକ ଚୁକ୍ତିନାମା ଦେୟ ବୋଲି କହିଛନ୍ତି ସୁପ୍ରିମକୋର୍ଟ ।
କୋର୍ଟଙ୍କ କହିବା ଅନୁଯାୟୀ, ୧୯୮୯ ରେ ୭ ଜଣିଆ ଖଣ୍ଡପୀଠଙ୍କ ଦ୍ବାରା କରାଯାଇଯାଇଥିବା ଶୁଣାଣି, ଯେ ଖଣିଜ ସମ୍ପଦ ଉପରେ ଆଦାୟ କରାଯାଇଥିବା ରୟାଲିଟି ଟ୍ୟାକ୍ସ ଅଟେ, ତାହା ସଂପୂର୍ଣ୍ଣ ଭୁଲ୍ । ଖଣି ସମ୍ପଦ ଜମି ଉପରେ ଟିକସ ଆଦାୟ କରିବାକୁ ରାଜ୍ୟଗୁଡିକକୁ ୮:୧ ସଂଖ୍ୟାଗରିଷ୍ଠତା କ୍ଷମତା ପ୍ରଦାନ କରିଛି । ଅର୍ଥାତ୍ ରାଜ୍ୟ ସରକାର ୮:୧ ହାରରେ ଏହା ଆଦାୟ କରିପାରିବେ । ଖଣିଜ ପଦାର୍ଥ ଉପରେ ଦିଆଯାଉଥିବା ରୟାଲଟି ମାଇନ୍ସ ଆଣ୍ଡ ମିନେରାଲ୍ସ ଅଧିନିୟମ, ୧୯୫୭ ଅନୁଯାୟୀ ଟିକସ ଅଟେ କି ନାହିଁ, ପ୍ରଧାନ ବିଚାରପତି ଚନ୍ଦ୍ରଚୁଡଙ୍କ ଖଣ୍ଡପୀଠ ଏନେଇ ଶୁଣାଣି କରି କିଛି ଏପରି କହିଛନ୍ତି ।
ତେବେ ୧୯୮୯ରେ କୋର୍ଟଙ୍କ କହିବାନୁଯାୟୀ, “ରୟାଲଟି ହେଉଛି ଏକ ଟିକସ, ଏବଂ ରୟାଲଟି ଉପରେ ଟିକସ ହେବା ଭଳି ରାଜସ୍ୱ ରାଜ୍ୟ ଆଇନ ଦକ୍ଷତା ବାହାରେ । କାରଣ ଏହା କେନ୍ଦ୍ରୀୟ ଆଇନ ଅନ୍ତର୍ଭୁକ୍ତ ।
ତେବେ ଏହି ପ୍ରସଙ୍ଗ ୧୯୮୯ ମସିହାରୁ ଆରମ୍ଭ ହୋଇଥିଲା ଯେତେବେଳେ ତାମିଲନାଡୁ ସରକାର ଏବଂ ଇଣ୍ଡିଆ ସିମେଣ୍ଟ ମଧ୍ୟରେ ଏହାକୁ ନେଇ ବିବାଦ ଦେଖାଦେଇଥିଲା । ସିମେଣ୍ଟ କମ୍ପାନୀ ରାଜ୍ୟରୁ ଖଣି ଲିଜ୍ ନେଇଥିଲା ଏବଂ ଏନେଇ ରାଜ୍ୟକୁ ରୟାଲଟି ଦେଉଥିଲା । କିନ୍ତୁ ରାଜ୍ୟ ରୟାଲିଟି ଉପରେ ବି ଟ୍ୟାକ୍ସ ନେଉଥିଲା ।
ଯାହାକୁ ନେଇ କୋର୍ଟ କହିଛି, ରାଜ୍ୟଗୁଡିକ କେବଳ MMDRA ବିଲ୍ ଅଧୀନରେ ରୟାଲିଟି ସଂଗ୍ରହ କରିବାର କ୍ଷମତା ରଖିଛନ୍ତି ଏବଂ ଖଣି ଏବଂ ଖଣିଜ ବିକାଶ ଉପରେ ଆଉ ଟିକସ ଲଗାଇ ପାରିବେ ନାହିଁ | ଯାହାର ଫାଇଦା ଝାଡ଼ଖଣ୍ଡ, ଓଡ଼ିଶା, ଆନ୍ଧ୍ରପ୍ରଦେଶ, ଆସାମ, ଛତିଶଗଡ, ମଧ୍ୟପ୍ରଦେଶ ଏବଂ ଉତ୍ତର-ପୂର୍ବର ଖଣିଜ ସମ୍ପଦ ପୂର୍ଣ୍ଣ ରାଜ୍ୟ ଉଠାଇପାରିବେ । ଏଣିକି ଏହି ସବୁ ରାଜ୍ୟଗୁଡିକ ଖଣି ଜମି ଉପରେ ଖଣି କମ୍ପାନୀଗୁଡିକରୁ ଅତିରିକ୍ତ କର ଆଦାୟ କରିପାରିବେ।
Comments are closed.