ନୂଆଦିଲ୍ଲୀ: ମାନ୍ୟବର ସୁପ୍ରିମକୋର୍ଟ ବୁଧବାର କେନ୍ଦ୍ର ସରକାରଙ୍କୁ ଟୀକାକରଣ ନୀତି ନେଇ ସମାଲୋଚନା କରିବା ସହ ଏହି ୬ ପ୍ରଶ୍ନର ଉତର ଚାହିଁଛନ୍ତି । ପ୍ରଶ୍ନଗୁଡିକ ହେଲା-
୧.ଭ୍ୟାକ୍ସିନର ଫଣ୍ଡ କିପରି ଖର୍ଚ୍ଚ ହେଉଛି: ୩୫ ହଜାର କୋଟି ଟଙ୍କାର ବଜେଟ ଟୀକାକରଣ ପାଇଁ ଯଦି ରଖାଯାଇଛି, ତାହାହେଲେ ସରକାର ଫଣ୍ଡ କିପରି ଖର୍ଚ୍ଚ ହୋଇଛି ସ୍ପଷ୍ଟ କରନ୍ତୁ । ୧୮ରୁ୪୪ ବର୍ଷ ବର୍ଗ ପାଇଁ ମାଗଣା ଟୀକାକରଣରେ ଏହାକୁ କାହିଁକି ବ୍ୟବହାର କରାଗଲା ନାହିଁ ।
୨.କେତେଜଣଙ୍କୁ ଟୀକା ଦିଆଗଲାଣି: ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ଚରଣରେ କେତେ ଜଣଙ୍କୁ ଟୀକା ଦିଆଯାଇଛି । ସିଙ୍ଗଲ ଡୋଜ, ଡବଲ ଡୋଜ ସୂଚୀ ସହ ସହର ଏବଂ ଗ୍ରାମୀଣ ଅଂଚଳରେ ଡାଟା ମଧ୍ୟ ଦିଆଯାଉ ।
୩.ଭ୍ୟାକ୍ସିନର ହିସାବ ଦିଆଯାଉ: କୋଭାଶିଲ୍ଡ, କୋଭାକ୍ସିନ ଓ ସ୍ପୁଟନିକ ଭିର କେତେ ଡୋଜ କିଣା ଯାଇଛି । କେତେ ଅର୍ଡର କରାଯାଇଛି ଏବଂ ଏବଂ ଏହାର ସପ୍ଲାଇ କେତେ ମାତ୍ରାରେ ହେଇଛି ।
୪.ଆଗକୁ ଲୋକଙ୍କୁ କିପରି ଟୀକା ଦିଆଯିବ: ବର୍ଷର ଶେଷ ସୁଦ୍ଧା ସମସ୍ତଙ୍କୁ ଟୀକା ଦିଆଯିବ ବୋଲି ସରକାର କହିଥିଲେ ମଧ୍ୟ ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ଚରଣର ବଳକା ଥିବା ବ୍ୟକ୍ତି କିପରି ଟୀକା ପାଇବେ ସରକାର ସ୍ପଷ୍ଟ କରନ୍ତୁ ।
୫.ରାଜ୍ୟ ଦେୟ ମୁକ୍ତ ଟୀକାକରଣ ନେଇ ସ୍ଥିତି ସ୍ପଷ୍ଟ କରନ୍ତୁ: କେନ୍ଦ୍ର ସରକାର କହିଥିଲେ ରାଜ୍ୟ ସରକାର ମାଗଣା ଟୀକା ସେମାନଙ୍କୁ ଜନତାଙ୍କୁ ଯୋଗାଇ ପାରିବେ । ରାଜ୍ୟ ସରକାର ସେମାନଙ୍କ ସ୍ଥିତି କୋର୍ଟଙ୍କ ସମ୍ମୁଖରେ ଉପସ୍ଥାପନ କରନ୍ତୁ । ଯଦି ସେମାନେ ମାଗଣା ଟୀକାକରଣ ପାଇଁ ରାଜି ତାହାହେଲେ ସେମାନେ ୨ ସପ୍ତାହ ମଧ୍ୟରେ ସେମାନଙ୍କ ଯୋଜନା ଏବଂ ନୀତି କୋର୍ଟଙ୍କୁ ଦିଅନ୍ତୁ ।
୬.ପଲିସି ସମ୍ପର୍କୀତ ସମସ୍ତ ଯୋଜନା ଆମକୁ ଅବଗତ କରାଯାଉ: କୋଭିଡ ଭ୍ୟାକ୍ସିନ ପଲିସ ସମ୍ପର୍କୀତ ସମସ୍ତ ଯୋଜନା ଏବଂ ଏହାର କାଗଜପତ୍ର କୋର୍ଟଙ୍କ ସମ୍ମୁଖରେ ରଖାଯାଉ । ଏଥିରେ ସରକାର ଯୋଜନା ସମ୍ପର୍କରେ ସ୍ପଷ୍ଟ ଅନୁମେୟ ହେବ ।
BREAKING NEWS
- Accident Rate: ବର୍ଷକୁ ଦେଶରେ ଘଟୁଛି ୫ ଲକ୍ଷ ଦୁର୍ଘଟଣା, ରାଜ୍ୟରେ ଜାଣନ୍ତୁ କେତେ…
- ପାକ୍ସ ସିଲିକାର ପୂର୍ଣ୍ଣକାଳୀନ ସଦସ୍ୟ ହେବ ଭାରତ, ଜାଣନ୍ତୁ କଣ…
- Gold Silver Price: ପୁଣି ରେକର୍ଡ କଲା ସୁନା-ରୂପା ଦର, ଜାଣନ୍ତୁ ଆଜି କେତେ ରହିଛି…
- ରାୟଗଡ଼ାରେ ସଡକ ଦୁର୍ଘଟଣାରେ ୨ ଭାଇଙ୍କ ମୃତ୍ୟୁ
- ସୋସିଆଲ ମିଡିଆରୁ ଦୂରେଇଲେ ଅରବିନ୍ଦ ପାଢ଼ୀ, ‘X’ ଛାଡ଼ିବା ନେଇ ଦେଲେ ଗୁରୁତ୍ୱପୂର୍ଣ୍ଣ ସୂଚନା
- ଏଥର କୋହଲିଙ୍କ ନଜର ଜୟସୂରିୟାଙ୍କ ରେକର୍ଡ ଉପରେ
- ବ୍ୟାସକବି ଫକୀରମୋହନ ଓଡ଼ିଆ ଭାଷା ସମ୍ମାନରେ ସମ୍ମାନୀତ ହେବେ ନୃସିଂହ ଚରଣ ଷଡ଼ଙ୍ଗୀ
- ସିବିଆଇ ଅଫିସରେ ଥାଲାପତି ବିଜୟ…
- ନୂଆ ଲୋକସେବା ଭବନ ନିର୍ମାଣ ପାଇଁ ପଡ଼ିବ ଭିତ୍ତିପ୍ରସ୍ତର
- ଭାରତ-ବାଂଲାଦେଶ ବିବାଦରେ ପାକିସ୍ତାନର ଏଂଟ୍ରି
Comments are closed.