ନୂଆଦିଲ୍ଲୀ: ମାନ୍ୟବର ସୁପ୍ରିମକୋର୍ଟ ବୁଧବାର କେନ୍ଦ୍ର ସରକାରଙ୍କୁ ଟୀକାକରଣ ନୀତି ନେଇ ସମାଲୋଚନା କରିବା ସହ ଏହି ୬ ପ୍ରଶ୍ନର ଉତର ଚାହିଁଛନ୍ତି । ପ୍ରଶ୍ନଗୁଡିକ ହେଲା-
୧.ଭ୍ୟାକ୍ସିନର ଫଣ୍ଡ କିପରି ଖର୍ଚ୍ଚ ହେଉଛି: ୩୫ ହଜାର କୋଟି ଟଙ୍କାର ବଜେଟ ଟୀକାକରଣ ପାଇଁ ଯଦି ରଖାଯାଇଛି, ତାହାହେଲେ ସରକାର ଫଣ୍ଡ କିପରି ଖର୍ଚ୍ଚ ହୋଇଛି ସ୍ପଷ୍ଟ କରନ୍ତୁ । ୧୮ରୁ୪୪ ବର୍ଷ ବର୍ଗ ପାଇଁ ମାଗଣା ଟୀକାକରଣରେ ଏହାକୁ କାହିଁକି ବ୍ୟବହାର କରାଗଲା ନାହିଁ ।
୨.କେତେଜଣଙ୍କୁ ଟୀକା ଦିଆଗଲାଣି: ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ଚରଣରେ କେତେ ଜଣଙ୍କୁ ଟୀକା ଦିଆଯାଇଛି । ସିଙ୍ଗଲ ଡୋଜ, ଡବଲ ଡୋଜ ସୂଚୀ ସହ ସହର ଏବଂ ଗ୍ରାମୀଣ ଅଂଚଳରେ ଡାଟା ମଧ୍ୟ ଦିଆଯାଉ ।
୩.ଭ୍ୟାକ୍ସିନର ହିସାବ ଦିଆଯାଉ: କୋଭାଶିଲ୍ଡ, କୋଭାକ୍ସିନ ଓ ସ୍ପୁଟନିକ ଭିର କେତେ ଡୋଜ କିଣା ଯାଇଛି । କେତେ ଅର୍ଡର କରାଯାଇଛି ଏବଂ ଏବଂ ଏହାର ସପ୍ଲାଇ କେତେ ମାତ୍ରାରେ ହେଇଛି ।
୪.ଆଗକୁ ଲୋକଙ୍କୁ କିପରି ଟୀକା ଦିଆଯିବ: ବର୍ଷର ଶେଷ ସୁଦ୍ଧା ସମସ୍ତଙ୍କୁ ଟୀକା ଦିଆଯିବ ବୋଲି ସରକାର କହିଥିଲେ ମଧ୍ୟ ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ଚରଣର ବଳକା ଥିବା ବ୍ୟକ୍ତି କିପରି ଟୀକା ପାଇବେ ସରକାର ସ୍ପଷ୍ଟ କରନ୍ତୁ ।
୫.ରାଜ୍ୟ ଦେୟ ମୁକ୍ତ ଟୀକାକରଣ ନେଇ ସ୍ଥିତି ସ୍ପଷ୍ଟ କରନ୍ତୁ: କେନ୍ଦ୍ର ସରକାର କହିଥିଲେ ରାଜ୍ୟ ସରକାର ମାଗଣା ଟୀକା ସେମାନଙ୍କୁ ଜନତାଙ୍କୁ ଯୋଗାଇ ପାରିବେ । ରାଜ୍ୟ ସରକାର ସେମାନଙ୍କ ସ୍ଥିତି କୋର୍ଟଙ୍କ ସମ୍ମୁଖରେ ଉପସ୍ଥାପନ କରନ୍ତୁ । ଯଦି ସେମାନେ ମାଗଣା ଟୀକାକରଣ ପାଇଁ ରାଜି ତାହାହେଲେ ସେମାନେ ୨ ସପ୍ତାହ ମଧ୍ୟରେ ସେମାନଙ୍କ ଯୋଜନା ଏବଂ ନୀତି କୋର୍ଟଙ୍କୁ ଦିଅନ୍ତୁ ।
୬.ପଲିସି ସମ୍ପର୍କୀତ ସମସ୍ତ ଯୋଜନା ଆମକୁ ଅବଗତ କରାଯାଉ: କୋଭିଡ ଭ୍ୟାକ୍ସିନ ପଲିସ ସମ୍ପର୍କୀତ ସମସ୍ତ ଯୋଜନା ଏବଂ ଏହାର କାଗଜପତ୍ର କୋର୍ଟଙ୍କ ସମ୍ମୁଖରେ ରଖାଯାଉ । ଏଥିରେ ସରକାର ଯୋଜନା ସମ୍ପର୍କରେ ସ୍ପଷ୍ଟ ଅନୁମେୟ ହେବ ।
BREAKING NEWS
- Vande Bharat: ଦୁନିଆର ସବୁଠୁ ଉଚ୍ଚ ରେଲୱେ ବ୍ରିଜ୍ ଉପରେ ୧୦୦ କିମି ବେଗରେ ଦୌଡ଼ିଲା ବନ୍ଦେ ଭାରତ, ଚେନାବରେ ତିଆରି ହେଲା ନୂଆ ରେକର୍ଡ!
- Vijay turns Bus Conductor: କଣ୍ଡକ୍ଟର ସାଜିଲେ ମୁଖ୍ୟମନ୍ତ୍ରୀ ବିଜୟ, ଧଡାଧଡ୍ କାଟିଲେ ଟିକେଟ୍!
- CJP Protest: ପୁଣି ମଇଦାନକୁ ଓହ୍ଲାଇବ କକ୍ରୋଚ୍ ଜନତା ପାର୍ଟି! CECଙ୍କ ଇସ୍ତଫା ୧୦ ଅକ୍ଟୋବରରେ ଦିଲ୍ଲୀରେ ବଡ଼ ବିକ୍ଷୋଭ
- Ankush Panghal Makes History:ଭାରତୀୟ ବକ୍ସର ରଚିଲେ ଇତିହାସ; ତିନୋଟି ସ୍ୱର୍ଣ୍ଣ ପଦକ ହାସଲ, ୮ ବର୍ଷ ପରେ ପୁରୁଷ ବକ୍ସିଂରେ ସ୍ୱର୍ଣ୍ଣ
- ଟୋଲଗେଟରୁ ନକଲି RTOକୁ ବାନ୍ଧିଲା ପୋଲିସ
- ଟ୍ରାକ୍ ରକ୍ଷଣାବେକ୍ଷଣ ଯାଞ୍ଚ ବେଳେ ଧକ୍କା ଦେଲା ଟ୍ରେନ୍;ଚାଲିଗଲା ଟ୍ରାକ୍ ମ୍ୟାନଙ୍କ ଜୀବନ
- ରାଜ୍ୟକୁ ଶିଶୁ ଶ୍ରମିକ ମୁକ୍ତ କରିବାକୁ ସରକାରଙ୍କ ବଡ଼ ପଦକ୍ଷେପ: ଆରମ୍ଭ ହେଲା ୪୪ ଦିନିଆ ସ୍ୱତନ୍ତ୍ର ଅଭିଯାନ
- ରାଜଧାନୀରେ ଲଜ୍ଜା! ବନ୍ଧୁକ ମୁନରେ ଯୁବତୀଙ୍କୁ ଦୁଷ୍କର୍ମ ଘଟଣାରେ ଡିସିପିଙ୍କଠାରୁ ରିପୋର୍ଟ ତଲବ କଲେ ମହିଳା କମିଶନ
- ବିଜେଡିର ମିଡିଆ ଓ ଆଇଟି ସେଲ୍ରେ ବଡ଼ ଧରଣର ଅଦଳବଦଳ: ୧୦ ଜଣ ହେଲେ ଜାତୀୟ ମୁଖପାତ୍ର
- ଆଗାମୀ ୩ ଦିନ ରାଜ୍ୟରେ ଶୁଖିଲା ପାଗ; ୫ ତାରିଖରୁ ଉପକୂଳ ଓଡ଼ିଶାରେ ଫେରିବ ବର୍ଷା

Comments are closed.