Latest Odisha News

ବିଜେପିକୁ ସୁପ୍ରିମକୋର୍ଟଙ୍କ କଡା ଜବାବ: ରାଜନୈତିକ ପ୍ରତିଦ୍ବନ୍ଦ୍ବୀ ତୁମର ଶତ୍ରୁ ନୁହଁ

ନୂଆଦିଲ୍ଲୀ: ଟିଏମସି ବିରୋଧରେ ବିଜ୍ଞାପନା ମାମଲାରେ ବିଜେପି ଦାଖଲ କରିଥିବା ଆବେଦନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ଏହା ଉପରେ ଶୁଣାଣି କରିବାକୁ ସିଧା ସିଧା ମନା କରିଦେଇଛନ୍ତି । ଏହା ସହିତ ବିଜେପିର ବିଜ୍ଞାପନ ଭୁଲ୍ ବୋଲି ଦର୍ଶାଇଛନ୍ତି ସୁପ୍ରିମକୋର୍ଟ ।

କଳିକତା ହାଇକୋର୍ଟଙ୍କ ଆଦେଶ ବିରୋଧରେ ବିଜେପି ଦ୍ବାରା ଦାଖଲ କରାଯାଇଥିବା ଆବେଦନ ଉପରେ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ଆଜି ମନା କରିଦେଇଛନ୍ତି । ଏନେଇ ଜଷ୍ଟିସ ଜେ.କେ ମହେଶ୍ୱରୀ ଏବଂ କେ.ଭି ବିଶ୍ୱନାଥନଙ୍କ ବେଞ୍ଚ ହାଇକୋର୍ଟଙ୍କ ଆଦେଶରେ ହସ୍ତକ୍ଷେପ କରିବାକୁ ମନା କରି କହିଛନ୍ତି ଯେ, “ଏଭଳି ବିଜ୍ଞାପନ ଭୋଟରଙ୍କ ସ୍ୱାର୍ଥରେ ନୁହେଁ । ଏହା କେବଳ ବିତର୍କକୁ ଖରାପ କରିବ। ମନେରଖନ୍ତୁ, ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀମାନେ ଶତ୍ରୁ ନୁହନ୍ତି ।”

ତେବେ ମେ ୪ରେ ବିଜେପିର ବିଜ୍ଞାପନ, ମଡେଲ୍ ଆଚରଣ ବିଧି ଉଲ୍ଲଂଘନ କରୁଛି ଅଭିଯୋଗ କରି ଟିଏମସି ବିଜେପି ବିରୋଧରେ କଲିକତା ହାଇକୋର୍ଟରେ ମାମଲା ରୁଜ୍ଜୁ କରିଥିଲା । ଏହାପରେ କଲିକତା ହାଇକୋର୍ଟ ଟିଏମସି ବିରୋଧରେ ବିଜେପିର ବିଜ୍ଞାପନ ଉପରେ ଜୁନ୍ ୪ ଯାଏଁ ରୋକ ଲଗାଇଥିଲେ । ଯାହାକୁ ଚ୍ୟାଲେଞ୍ଜ କରି ବିଜେପି ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିଲା । ଯାହା ଉପରେ ଶୁଣାଣି କରିବା ପାଇଁ ସୁପ୍ରିକକୋର୍ଟ ମନା କରିଦେଇଛନ୍ତି । ଏହା ସହିତ ନିର୍ବାଚନ ସମୟରେ ଏଥିରେ ହସ୍ତକ୍ଷେପ କରିବେ ନାହିଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ସେ ଆହୁରି ମଧ୍ୟ କହିଛନ୍ତି ବିରୋଧୀଙ୍କ ମାନହାନୀ ହେଲା ଭଳି ବିଜ୍ଞାପନ ଯୁକ୍ତିଯୁକ୍ତ ନୁହେଁ । ଏହା ସମ୍ପୂର୍ଣ୍ଣ ଭୁଲ । ବିଜେପିର ବିଜ୍ଞାପନ ମଧ୍ୟ ଭୁଲ୍ । ଏହା ଆରମ୍ଭରୁ ହିଁ ଭୁଲ୍ ବୋଲି ସୁପ୍ରିମକୋର୍ଟ ମତ ରଖିଛନ୍ତି ।

Comments are closed.