Latest Odisha News

BREAKING NEWS

ଖଣି ଦୁର୍ନୀତି ସମ୍ପର୍କିତ ହେମନ୍ତ ସୋରେନଙ୍କ ପିଟିସନ୍ ଗ୍ରହଣ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଆଶ୍ୱସ୍ତି । ତାଙ୍କ ନାଁରେ ଖଣି ଖନନ ଦୁର୍ନୀତି ସମ୍ପର୍କିତ ମାମଲାକୁ ଚ୍ୟାଲେଞ୍ଜ କରି ସେ ସୁପ୍ରିମକୋର୍ଟରେ ପିଟିସନ ଦାୟର କରିଥିଲେ । ଏହାର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ଅନୁମତି ପ୍ରଦାନ କରିଛନ୍ତି । ଗତ ସପ୍ତାହରେ ଝାଡଖଣ୍ଡ ହାଇକୋର୍ଟରେ ହେମନ୍ତଙ୍କ ନାଁରେ ଖଣି ଦୁର୍ନୀତି କରିଥିବା ନେଇ ଜନସ୍ୱାର୍ଥ ମାମଲା ଦାୟର ହୋଇଥିଲା । ତାହାକୁ ସେ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ।

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ହେମନ୍ତ ସୋରେନଙ୍କୁ ରାଜ୍ୟରେ ବେଆଇନ ଖଣି ଖନନ ସହ ମନି ଲଣ୍ଡରିଂ ମାମଲାରେ ସମନ୍ ଜାରି କରିଥିଲା । ରାଞ୍ଚିସ୍ଥିତ ଇଡି କାର୍ଯ୍ୟାଳୟରେ ତାଙ୍କୁ ଜେରା କରାଯିବା ନେଇ ସମନ୍ ରେ ନିର୍ଦ୍ଦେଶ ରହିଥିଲେ ସୁଦ୍ଧା ତାହାକୁ ସେ ପାଳନ କରିନଥିଲେ । ଜେରା ପାଇଁ ସମୟ ମାଗି ସେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏହି ମନି ଲଣ୍ଡରିଂ ମାମଲାରେ ପୂର୍ବରୁ ଇଡି ହେମନ୍ତ ସୋରେନଙ୍କ ରାଜନୈତିକ ସହଯୋଗୀ ପଙ୍କଜ ମିଶ୍ର ଓ ଅନ୍ୟ ଦୁଇ ଜଣଙ୍କୁ ଗିରଫ କରିସାରିଛି । ଝାଡ଼ଖଣ୍ଡରେ ପ୍ରାୟ ୧ହଜାର କୋଟି ଟଙ୍କାର ବେଆଇନ ଖଣି ଖନନ ଦୁର୍ନୀତି ନେଇ ତଦନ୍ତ ଜାରି ରଖିଛି ଇଡି ।

Leave A Reply

Your email address will not be published.