Latest Odisha News

BREAKING NEWS

ଭାରତ ପାଇଁ ୨୦୧୧ ଆଉ ପାକିସ୍ତାନ ନିମନ୍ତେ ୧୯୯୨ର ସଂଯୋଗ, କିଏ ଜିତିବ ଟାଇଟଲ ?

ପୁରୀ: ଟି୨୦ ବିଶ୍ୱକପ ୨୦୨୨ ସଂସ୍କରଣ ଏବେ ଶେଷ ପର୍ଯ୍ୟାୟରେ ଶେଷ ପଂହଚିଛି । ସେମିଫାଇନାଲରେ ଭାରତ-ଇଂଲଣ୍ଡ ଏବଂ ପାକିସ୍ତାନ-ନ୍ୟୁଜିଲାଣ୍ଡ ମଧ୍ୟରେ ମୁକାବିଲା ହେବ । ଏହା ପରେ ବିଶ୍ୱ ବିଜେତା ପାଇଁ ହେବ ଲଢ଼େଇ । ଭାରତ ପାଇଁ ୨୦୧୧ ଏବଂ ପାକିସ୍ତାନ ନିମନ୍ତେ ୧୯୯୨ର ବିଶ୍ୱକପ ବିଜୟୀ ହେବାର ସଂଯୋଗ ସୃଷ୍ଟି କରିଛି । ସେ ସମୟରେ ଏହି ଦୁଇ ଟିମ ଚାମ୍ପିୟନ ହେଲା ବେଳେ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଥିଲା ଏବେ ତାର ପୁନରାବୃତି ଘଟିଛି । ଆସନ୍ତୁ ଜାଣିବା କଣ ଥିଲା ସଂଯୋଗ ।
ଭାରତର ୨୦୧୧ ସଂଯୋଗ: ୨୦୧୧ ବିଶ୍ୱକପରେ ଶ୍ରୀଲଙ୍କାକୁ ହରାଇ ଭାରତ ଚାମ୍ପିୟନ ହୋଇଥିଲା । ସେ ସମୟରେ ସଂଯୋଗ ଏହି ବିଶ୍ୱକପରେ ଭାରତ ପାଇଁ ପୁନର୍ବାର ଜୁଟିଛି କହିଲେ ଭୁଲ ହେବନି । ୨୦୧୧ରେ ଟିମ ଇଣ୍ଡିଆ ୨ଟି ବଲ ବାକିଥାଇ ଦକ୍ଷିଣ ଆଫ୍ରିକାକୁ ହରାଇଲା । ଏଥର ବି ସେୟା ହୋଇଛି । ଦକ୍ଷିଣ ଆଫ୍ରିକାଠାରୁ ହାରିବା ପରେ ଭାରତ ବାକି ସମସ୍ତ ମ୍ୟାଚରେ ବିଜୟ ହାସଲ କରି ଶେଷରେ ଶ୍ରୀଲଙ୍କାକୁ ହରାଇ ଚାମ୍ପିୟନ ହୋଇଥିଲା । ୨୦୧୧ ଗ୍ରୁପ ପର୍ଯ୍ୟାୟରେ ବି ପାକିସ୍ତାନ ଓ ନେଦରଲାଣ୍ଡକୁ ଭାରତ ପରାସ୍ତ କରିଥିଲା । ଏଥର ବି ଏହି ୨ ଦଳ ଭାରତ ଠାରୁ ହାରିଛନ୍ତି । ୨୦୧୧ରେ ଇଂଲଣ୍ଡକୁ ହରାଇ ଆୟର୍ଲାଣ୍ଡ ବଡ ବିପର୍ଯ୍ୟୟ ସୃଷ୍ଟି କରିଥିଲା । ଏଥର ବି ଏହା ଘଟିଛି । ଯଦି ସଂଯୋଗ ବଳବତର ରୁହେ ତାହାହେଲେ ଭାରତ ଚାମ୍ପିୟନ ହେବ ବୋଲି ପ୍ରଶଂସକ ଆଶା ବାନ୍ଧିଛନ୍ତି ।

ପାକିସ୍ତାନ ଆଉ ୧୯୯୨ ସଂଯୋଗ: ଏଥର ଅବଶ୍ୟ ସଂଯୋଗରେ ଭାରତ ତୁଳନାରେ ପାକିସ୍ତାନ ପଲା ଭାରୀ ରହିଛି । ୧୯୯୨ରେ ପାକିସ୍ତାନ ରାଉଣ୍ଡ ରବିନ ଲିଗରେ ଭାରତଠାରୁ ହାରିଥିଲା । କମ ପଂଏଟ ସତ୍ୱେ ଭାଗ୍ୟବଶତଃ ସେମିଫାଇନାଲରେ ପ୍ରବେଶ କରିଥିଲା । ଏଥର ବି ସେୟା ହୋଇଛି । ଦକ୍ଷିଣ ଆଫ୍ରିକାକୁ ନେଦରଲାଣ୍ଡ ହରାଇବା ଯୋଗୁ ସେମାନଙ୍କ ଭାଗ୍ୟ ଫିିଟିଥିଲା । ୧୯୯୨ ବିଶ୍ୱକପ ଅଷ୍ଟ୍ରେଲିଆରେ ଖେଳା ଯାଇଥିଲା । ସେହିପରି ଅଧିନାୟକ ଇମ୍ରାନ ଖାଁ ଓ ବାବର ଆଜାମଙ୍କ ଆଲଫାବେଟ ମିଶାଇଲେ ସମାନ ୯ ହେଉଛି । ସେତେବେଳେ ଅଷ୍ଟ୍ରେଲିଆ ଘରୋଇ ପରିବେଶରେ ଖେଳିବା ସତ୍ୱେ ସେମିରେ ପ୍ରବେଶ କରିପାରି ନ ଥିଲା । ୨୦୨୨ରେ ଏହାର ପୁନରାବୃତି ଘଟିଛି । ୧୯୯୨ ସେମିଫାଇନାଲ ପାକିସ୍ତାନ-ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳା ଯାଇଥିଲା । ଚଳିତ ସଂସ୍କରଣ ଉଭୟ ପୁନର୍ବାର ପରସ୍ପରକୁ ଭେଟିବେ । ପାକିସ୍ତାନ ଫାଇନାଲରେ ଇଂଲଣ୍ଡକୁ ହରାଇ ଚାମ୍ପିୟନ ହୋଇଥିଲା । ଏବେ ବି ସେହି ସୁଯୋଗ ସେମାନଙ୍କ ନିକଟରେ ରହିଛି ।

Leave A Reply

Your email address will not be published.