ନୂଆଦିଲ୍ଲୀ; ଜିଏସଟି ଆକ୍ଟରେ ଜାରି ହୋଇଥିବା ସମସ୍ତ ନୋଟିସ ଓ ଗିରଫ ଉପରେ ତଥ୍ୟ ଦେବାକୁ କେନ୍ଦ୍ରକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ । ସୁପ୍ରିମ କୋର୍ଟଙ୍କ କହିବା ଅନୁସାରେ ବେଳେ ବେଳେ ଜିଏସଟି ପୈଠ କରିନଥିବା ବ୍ୟକ୍ତିଙ୍କୁ ଗିରଫ ନକରାଯାଇ ବାରମ୍ବାର ଗିରଫ ନୋଟିସ ଦିଆଯାଇ ହଇରାଣ କରାଯାଉଛି । ଯାହା ବ୍ୟକ୍ତିର ସ୍ବତନ୍ତ୍ରତା ଓ ନାଗରିକତାକୁ କ୍ଷୁର୍ଣ୍ଣ କରୁଛି ।
ସୂଚନାଯୋଗ୍ୟ, ମେ ୨ରେ ଜିଏସଟି ଆକ୍ଟ, କଷ୍ଟମ ଆକ୍ଟ ଏବଂ ପିଏମଏଲଏର ନିୟମ ବିରୁଦ୍ଧରେ କରାଯାଇଥିବା ନିବେଦନ ଉପରେ ଶୁଣାଣି କରି ଏଭଳି ଟିପ୍ପଣୀ ଦେଇଛନ୍ତି ସୁପ୍ରିମ କୋର୍ଟ । ତେବେ ନିବେଦନକାରୀଙ୍କ ଓକିଲ ସିଦ୍ଧାର୍ଥ ଲୁଥେରାଙ୍କ କହିବା ଅନୁସାରେ ଜିଏସଟି ଆକ୍ଟକୁ ଅଧିକାରୀମାନେ ଅପବ୍ୟବହାର କରୁଛନ୍ତି । ଯାହାକୁ ନେଇ କୋର୍ଟ ଚିନ୍ତାବ୍ୟକ୍ତ କରି ଏଭଳି କିଛି ନିର୍ଦ୍ଦେଶ ଦେଇଛନ୍ତି ।
ଅପର ପକ୍ଷରେ ସବୁ ରାଜ୍ୟରୁ ଏଭଳି ଡାଟା ସଂଗ୍ରହ କରିବା କଷ୍ଟସାଧ୍ୟ ବୋଲି କେନ୍ଦ୍ର ମନ୍ତ୍ରାଳୟ ମତ ରଖିଥିବା ବେଳେ ଏନେଇ ସମସ୍ତ ପ୍ରଶ୍ନର ଉତ୍ତର ଦେବାକୁ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି ।
ତେବେ ଏହି ମାମଲାର ଆଗାମୀ ଶୁଣାଣି ମେ ୯ ତାରିଖରେ ଧାର୍ଯ୍ୟ କରାଯାଇଛି ।
Comments are closed.