Latest Odisha News

ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି, ହାଇକୋର୍ଟଙ୍କ ମଦ୍ରାସା ଉଚ୍ଛେଦ ଆଇନ୍ ଉପରେ ରୋକ ଲଗାଇଲେ କୋର୍ଟ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ସରକାର ଆଣିଥିବା ମଦ୍ରାସା ଆଇନକୁ ନେଇ ସୁପ୍ରିମକୋର୍ଟଙ୍କ ବଡ ନିଷ୍ପତ୍ତି । ଆହ୍ଲାବାଦ ହାଇକୋର୍ଟଙ୍କ ଆଦେଶ ଉପରେ ରୋକ ଲଗାଇଛନ୍ତି ସୁପ୍ରିମକୋର୍ଟ । ଉତ୍ତରପ୍ରଦେଶ ମଦ୍ରାସା ଆଇନ ୨୦୦୪କୁ ଅସାମ୍ବିଧାନିକ ଘୋଷଣା କରିଥିଲେ ଆହ୍ଲାବାଦ ହାଇକୋର୍ଟ । ଏନେଇ ସୁପ୍ରିମକୋର୍ଟ ପକ୍ଷକାରୀ ମଦ୍ରାସା ବୋର୍ଡ, ଉତ୍ତର ପ୍ରଦେଶ ସରକାର ଓ କେନ୍ଦ୍ରସରକାରଙ୍କୁ ନୋଟିସ ଜାରି କରି ୨୦୨୪ ଜୁନ ୩୦ ତାରିଖ ସୁଦ୍ଧା ଜବାବ ମାଗିଛନ୍ତି ।

ନିକଟରେ ଆହ୍ଲାବାଦ ହାଇକୋର୍ଟ ଉତ୍ତର ପ୍ରଦେଶ ବୋର୍ଡ ଅଫ ମଦ୍ରାସା ଏଜୁକେସନ ଆକ୍ଟ ୨୦୦୪କୁ ଅସାମ୍ବିଧାନିକ ଦର୍ଶାଇଥିଲେ ଏବଂ ଉକ୍ତ ଆଇନ ଧର୍ମନିରପେକ୍ଷର ବିରୋଧୀ ବୋଲି କୋର୍ଟ କହିଥିଲେ। ହାଇକୋର୍ଟଙ୍କ ଏହି ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା । ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ଏବେ ୨୦୦୪ ମଦ୍ରାସା ବୋର୍ଡ ଆଇନ ମୁତାବକ ମଦ୍ରାସାଗୁଡିକରେ ପାଠପଢା ହେବ । ସୁପ୍ରିମକୋର୍ଟ ତାଙ୍କ ଆଦେଶରେ କହିଛନ୍ତି କି, ଆହ୍ଲାବାଦ ହାଇକୋର୍ଟଙ୍କ ନିଷ୍ପତ୍ତି ଠିକ୍ ନଥିଲା, କାରଣ ହାଇକୋର୍ଟ ଏହା କହିବା ଉଚିତ ନୁହେଁ କି, ମଦ୍ରାସାରେ ପାଠ ପଢିବା ଧର୍ମନିରପେକ୍ଷତାର ଉଲ୍ଲଙ୍ଘନ ।

ସୂଚନାଯୋଗ୍ୟ ଯେ, ଉତ୍ତରପ୍ରଦେଶରେ ପ୍ରାୟ ୨୫,୦୦୦ ମଦ୍ରାସା ଅଛି। ସେଥିମଧ୍ୟରୁ ପ୍ରାୟ ୧୬,୦୦୦ ଉତ୍ତରପ୍ରଦେଶ ମଦ୍ରାସା ଶିକ୍ଷା ବୋର୍ଡ ଦ୍ୱାରା ସ୍ୱୀକୃତିପ୍ରାପ୍ତ।

Comments are closed.