Latest Odisha News

BREAKING NEWS

ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ କରିବେ ଅଯୋଧ୍ୟା ବିବାଦ ମାମଲାର ଶୁଣାଣି

ନୂଆଦିଲ୍ଲୀ : ଅଯୋଧ୍ୟାରେ ରାମଜନ୍ମ ଭୂମି ଓ ବାବ୍ରୀ ମସଜିଦକୁ ନେଇ ବିବାଦୀୟ ଜମି ମାମଲାରେ ଗୁରୁବାର ଦିନ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ୫ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣୀ କରିବେ ।

ଏହି ଖଣ୍ଡପୀଠରେ ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ବ୍ୟତୀତ ଜଷ୍ଟିସ ଏସ.ଏ ବୋବଡେ, ଜଷ୍ଟିସ ଏନ.ଭି ରମନ୍ନା, ଜଷ୍ଟିସ ୟୁୟୁ ଲଳିତ ଓ ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ଼ ପ୍ରମୁଖ ସାମିଲ ରହିଛନ୍ତି ।

ସୂଚନାଯୋଗ୍ୟ, ମସଜିଦ୍ ଇସଲାମ ଧର୍ମର ଏକ ଅଭିନ୍ନ ଅଂଶ ନୁହେଁ ବୋଲି ୧୯୯୪ ମସିହାରେ ଶୀର୍ଷ ଅଦାଲତରେ ଦିଆଯାଇଥିବା ଏକ ରାୟର ବିଚାର ଗତବର୍ଷ ସେପ୍ଟେମ୍ବର ମାସ ୨୭ ତାରିଖରେ ହୋଇଥିଲା ।

ଏହି ସମୟରେ ସୁପ୍ରିମକୋର୍ଟଙ୍କ ୩ ଜଣିଆ ଖଣ୍ଡପୀଠ ୨-୧ ବହୁମତରେ ରାୟରେ ମାମଲାର ବିଚାର ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠକୁ ଏହା ପଠାଯିବ ନାହିଁ ବୋଲି ମନା କରିଦେଇଥିଲେ ।

ଅନ୍ୟପକ୍ଷରେ ଏହି ଅଯୋଧ୍ୟା ଭୂମି ବାବଦ ମାମଲାର ଶୁଣାଣି ସମୟରେ ୧୯୯୪ର ରାୟକୁ ବିଚାର କରାଯାଇଥିଲା । ପରବର୍ତ୍ତୀ ସମୟରେ ଜାନୁଆରୀ ୪ ତାରିଖରେ ଏହି ମାମଲାର ଶୁଣାଣି ହୋଇଥିଲା ବେଳେ ପ୍ରଧାନ ବିଚାରପତି ଗୋଗେଇ ଏହାର ଆଗାମୀ ଶୁଣାଣି ଜାନୁଆରୀ ୧୦ ତାରିଖରେ ବୋଲି ସୂଚନା ଦେଇଥିଲେ ।

ବହୁ ଚର୍ଚ୍ଚିତ ଏହି ବିବାଦୀୟ ଜମିକୁ ସମାନ ତିନି ଭାଗରେ -ରାମଲାଲା, ସୁନୀ ୱାକଫ୍ ବୋର୍ଡ ଓ ନିର୍ମୋହୀ ଆଖଡା ମଧ୍ୟରେ ବାଣ୍ଟିବାକୁ ୨୦୧୦ରେ ଆହ୍ଲାବାଦ ହାଇକୋର୍ଟ ଏକ ରାୟ ଦେଇଥିଲେ । ପରବର୍ତ୍ତୀ ସମୟରେ ଏହାକୁ ଚ୍ୟାଲେଞ୍ଜ କରି ଏକ ମାମଲା ସୁପ୍ରିମକୋର୍ଟରେ ଦାୟର କରାଯାଇଥିଲା ।

Leave A Reply

Your email address will not be published.