Latest Odisha News

BREAKING NEWS

ରାଜ୍ୟସଭାରେ ପାରିତ ହେଲା ଉଚ୍ଚବର୍ଗଙ୍କ ଲାଗି ୧୦% ସଂରକ୍ଷଣ ବିଲ୍

ନୂଆଦିଲ୍ଲୀ: ପାର୍ଲାମେଣ୍ଟର ଉଚ୍ଚ ସଦସ ରାଜ୍ୟସଭାରେ ବୁଧବାର ରାତିରେ ପାରିତ ହୋଇଛି ଉଚ୍ଚବର୍ଗଙ୍କ ଲାଗି ୧୦% ସଂରକ୍ଷଣ ବିଲ୍ । ଦେଶର ଉଚ୍ଚବର୍ଗର ଆର୍ଥୀକ ଅନଗ୍ରସର ବ୍ୟକ୍ତି ବିଶେଷଙ୍କ ଲାଗି ୧୦ ପ୍ରତିଶତ ସଂରକ୍ଷଣ ବିଲ୍ ଟି ସପକ୍ଷରେ ମତ ଦେଇଛନ୍ତି ୧୬୫ ଜଣ ଉପସ୍ଥିତ ସଦସ୍ୟ ଏବଂ ୭ ଟି ନାଁ ମତ ସାବ୍ୟସ୍ତ ହୋଇଛି । ଏହା ଫଳରେ ଏହି ବିଲ୍୍ ଟି ରାଜ୍ୟସଭାରେ ପାରିତ ହୋଇଯାଇଛି ।

ପାର୍ଲାମେଣ୍ଟର ଦୁଇଟି ସଦନରେ ଏହି ସଂରକ୍ଷଣ ବିଲ୍ ପାରିତ ହେବା ପରେ ଏବେ ଦେଶର ରାଷ୍ଟ୍ରପତି ଏହାକୁ ଅନୁମୋଦନ କଲେ ଏହି ବିଲ୍ ଟି କାର୍ଯ୍ୟକାରୀ ହୋଇପାରିବ ।

ଏଠାରେ ଉଲ୍ଲେଖଯୋଗ୍ୟ, ମଙ୍ଗଳବାର ଦିନ ଏହି ବିଲଟି ଲୋକସଭାରେ ପାରିତ ହୋଇ ସାରିଥିଲା । ଆଜି ଏହି ବିଲକୁ ନେଇ ଦୀର୍ଘ ଆଠ ଘଣ୍ଟା ଆଲୋଚନା ହେବା ପରେ ଏହି ବିଲ ପାଇଁ ମତଦାନ ହୋଇଥିଲା । ସମୁଦାୟ ୩୨୬ ଜଣ ରାଜ୍ୟସଭା ସଦସ୍ୟ ଏହି ମତଦାନରେ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.