Latest Odisha News

ସେପ୍ଟେମ୍ବର ୧ରୁ ସୁପ୍ରିମକୋର୍ଟରେ ହେବ ସ୍ବାଭାବିକ ଶୁଣାଣି

ନୂଆଦିଲ୍ଲୀ : ଆସନ୍ତା ସେପ୍ଟେମ୍ବର ୧ ତାରିଖରୁ ସୁପ୍ରିମକୋର୍ଟରେ ହେବ ସ୍ବାଭାବିକ ଶୁଣାଣି । କରୋନା ମହାମାରୀ ପାଇଁ ଦୀର୍ଘ ଦିନ ଧରି ଭିଡିଓ କନଫରେନ୍ସିଂ ଜରିଆରେ ସୁପ୍ରିମକୋର୍ଟରେ ଶୁଣାଣି ହୋଇ ଆସୁଥିଲା । ଭର୍ଚୁଆଲ ଶୁଣାଣି ନେଇ ଓକିଲ ମାନଙ୍କୁ କିଛି ଇଚ୍ଛାଧୀନ ସୁଯୋଗ ଦିଆଯାଇଛି । ବାର୍ ଆସୋସିଏସନର ଅନୁରୋଧ ପରେ ପ୍ରଧାନ ବିଚାରପତି ଜଷ୍ଟିସ ଏନ.ଭି. ରମଣା ସୁପ୍ରିମକୋର୍ଟ ବିଚାରପତିଙ୍କୁ ନେଇ ଗଠିତ କମିଟିର ସୁପାରିସକୁ ଗ୍ରହଣ କରିଛନ୍ତି । ତେବେ ସେପ୍ଟେମ୍ବର ୧ ତାରିଖରୁ ହେବାକୁ ଥିବା ଶୁଣାଣିକୁ ନେଇ ଗାଇଡ ଲାଇନ୍ ଜାରି କରାଯାଇଛି ।

ଗାଇଡଲାଇନ୍ ଅନୁସାରେ, ଯେଉଁଦିନ କମ୍ ସଂଖ୍ୟକ ମାମଲାର ଶୁଣାଣି ଥିବ, ସେହିଦିନ ସ୍ବାଭାବିକ ଶୁଣାଣି କରାଯିବ । ଏହାସହ ଚୂଡାନ୍ତ ଶୁଣାଣି ଓ ନିୟମିତ ଶୁଣାଣି ଦିନରେ ସ୍ବାଭାବିକ ଶୁଣାଣି ଲାଗି ବ୍ୟବସ୍ଥା କରାଯିବ । ଏପରିକି ଯଦି ଖଣ୍ଡପୀଠ ଚାହାଁନ୍ତି, ଅନ୍ୟ ଦିନ ଗୁଡିକରେ ମଧ୍ୟ ସ୍ବାଭାବିକ ଭାବେ ଶୁଣାଣି ହୋଇପାରିବ । ସ୍ବାଭାବିକ ଶୁଣାଣି ଲାଗି ଯଦି ଜଣେ ଓକିଲ ଚାହାନ୍ତି ତେବେ ପକ୍ଷ ପିଛା କେସ ଫାଇଲ କରିଥିବା ଓକିଲ, ଜଣେ ପ୍ରତିପକ୍ଷ ଓକିଲ ଓ ଜଣେ ଜୁନିଅର ଓକିଲଙ୍କୁ କୋର୍ଟ ରୁମରେ ପ୍ରବେଶ କରିବାକୁ ଅନୁମତି ଦିଆଯିବ ।

Comments are closed.