Latest Odisha News

ପ୍ରଶାନ୍ତ ଭୂଷଣଙ୍କ ବିରୋଧରେ ଅବମାନନା ମାମଲାରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି

ନୂଆଦିଲ୍ଲୀ: ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କ ବିରୋଧରେ ଅପରାଧିକ ଅବମାନନା ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ । ଦିନେ ପୂର୍ବରୁ ପ୍ରଶାନ୍ତ ଭୂଷଣ ଓ ଟ୍ୱିଟର ଇଣ୍ଡିଆ ବିରୋଧରେ ଅବମାନନା ପ୍ରକ୍ରିୟା ଆରମ୍ଭ କରିଥିଲେ କୋର୍ଟ । ମାମଲାର ଶୁଣାଣି କରିବେ ଜଷ୍ଟିସ ଅରୁଣ ମିଶ୍ର, ଜଷ୍ଟିସ ବି. ଆର. ଗଭାଇ ଏବଂ ଜଷ୍ଟିସ କୃଷ୍ଣ ମୁରାରୀଙ୍କ ତିନି ଜଣିଆ ଖଣ୍ଡପୀଠ ।

ମାମଲାରେ ଟ୍ୱିଟର ଇଣ୍ଡିଆ (ଟ୍ୱିଟର ଇଣ୍ଡିଆ ବିରୋଧରେ ଅବମାନନା ମାମଲା) ମଧ୍ୟ ପକ୍ଷଭୁକ୍ତ ହୋଇଛି । ପ୍ରଶାନ୍ତ ଭୂଷଣଙ୍କ କିଛି ଟ୍ୱିଟକୁ ନେଇ ସୁପ୍ରିମକୋର୍ଟରେ ମାମଲା ହୋଇଛି । ଯେଉଁଥିରେ ସେ ନ୍ୟାୟପାଳିକାକୁ ନେଇ ପ୍ରଶ୍ନ ଉଠାଇଥିଲେ ।

ଏକଥା ସ୍ପଷ୍ଟ ହୋଇ ନାହିଁ ଯେ ପ୍ରଶାନ୍ତ ଭୂଷଣଙ୍କ କେଉଁ ସବୁ ଟ୍ୱିଟକୁ ନେଇ ତାଙ୍କ ବିରୋଧରେ ଅଦାଲତ ଅବମାମନା ମାମଲା ହୋଇଛି ।

Leave A Reply

Your email address will not be published.