ନୂଆଦିଲ୍ଲୀ: ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ମାମଲାରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି। ଜମ୍ମୁକାଶ୍ମୀରର ୩ ଆବେଦନକାରୀଙ୍କ ଆଧାରରେ ହେବ ଶୁଣାଣି। କମିଟି ଗଠନ କରି ନିରପେକ୍ଷ ତଦନ୍ତ ପାଇଁ ଆବେଦନ ହୋଇଛି। କେନ୍ଦ୍ର ସରକାରଙ୍କୁ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେବାକୁ ଆବେଦନ ହୋଇଛି। ପହଲଗାମ୍ ଆତଙ୍କୀ ହାମଲାରେ ୨୬ ଜଣଙ୍କ ମୃତ୍ୟୁ ହୋଇଥିଲା।
କାଶ୍ମୀରର ନିବାସୀ ମହମ୍ମଦ ଜୁନୈଦ, ଫତେଶ କୁମାର ସାହୁ ଏବଂ ବିକି କୁମାରଙ୍କ ଦ୍ୱାରା ଆବେଦନ କରାଯାଇଛି। ପହଲଗାମ ଆକ୍ରମଣ ପରେ ସୀମାପାର ଆତଙ୍କବାଦକୁ ସମର୍ଥନ କରୁଥିବା ପାକିସ୍ତାନ ବିରୁଦ୍ଧରେ ଭାରତ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛି। ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ ରଖିଛି। ସୀମାବର୍ତ୍ତୀ ବାଣିଜ୍ୟ ଏବଂ ଯାତାୟାତକୁ ପ୍ରଭାବିତ କରିବା ପାଇଁ ଅଟାରୀ ଚେକ୍ ପୋଷ୍ଟ ବନ୍ଦ କରାଯାଇଛି।
ପାକିସ୍ତାନର ହାଇ କମିଶନର କର୍ମଚାରୀ ସଂଖ୍ୟା ହ୍ରାସ କରିବାକୁ ନିଷ୍ପତ୍ତି ନିଆଯାଇଛି। ସଶସ୍ତ୍ର ବାହିନୀକୁ ପୂର୍ଣ୍ଣ ସ୍ୱାଧୀନତା ଦିଆଯାଇଛି। ପହଲଗାମ ଆତଙ୍କବାଦୀ ଆକ୍ରମଣର ଜବାବ ଦେବା ପାଇଁ ଭାରତୀୟ ସଶସ୍ତ୍ର ବାହିନୀକୁ ସମ୍ପୂର୍ଣ୍ଣ ଅପରେସନାଲ ସ୍ୱାଧୀନତା ଦିଆଯାଇଛି।
Comments are closed.