ନୂଆଦିଲ୍ଲୀ: ବୁଲା କୁକୁରଙ୍କୁ ନେଇ ସୁପ୍ରିମକୋର୍ଟଙ୍କ ବହୁ ପ୍ରତୀକ୍ଷିତ ନିଷ୍ପତ୍ତି ଶେଷରେ ଆସିଛି। ବୁଲା କୁକୁରମାନଙ୍କୁ ଧରି ଆଶ୍ରୟସ୍ଥଳରେ ରଖିବା ପାଇଁ ନିର୍ଦ୍ଦେଶ ଉପରେ ସୁପ୍ରିମକୋର୍ଟ ସ୍ଥଗିତ ରଖିଛନ୍ତି। ବୁଲା କୁକୁରମାନଙ୍କୁ ତୁରନ୍ତ ଛାଡିବାକୁ ଏବଂ ସେମାନଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଫଳସ୍ୱରୂପ, କେହି ନିଜ ସମାଜରେ କିମ୍ବା ଘର ବାହାରେ ବୁଲା କୁକୁରମାନଙ୍କୁ ଖାଇବାକୁ ଦେଇପାରିବେ ନାହିଁ।
ବୁଲା କୁକୁରଙ୍କ ସମ୍ପର୍କରେ ସୁପ୍ରିମକୋର୍ଟ ଆସନ୍ତା ୭ ତାରିଖରେ ନୀତି ନିର୍ଦ୍ଧାରଣ କରିବେ । ସ୍ୱତନ୍ତ୍ର ସରକାରୀ ପ୍ରତିଷ୍ଠାନ ପରିସରରେ ବୁଲା କୁକୁରଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା କରାଯାଇପାରେ । ବୁଲା କୁକୁରଙ୍କ ପରିଚାଳନା ପାଇଁ ସୁପ୍ରିମକୋର୍ଟ ଆଜି ଏକ ମାମଲାର ଶୁଣାଣି କରିଥିଲେ । ଜଷ୍ଟିସ୍ ବିକ୍ରମ ନାଥ, ଜଷ୍ଟିସ ସନ୍ଦୀପ ମେହେଟା ଓ ଜଷ୍ଟିସ୍ ଏନ. ଭି ଅଞ୍ଜରିଆଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, ବୁଲା କୁକୁର ପରିଚାଳନା ପାଇଁ ନୀତି ନିର୍ଦ୍ଧାରଣ ସହ ନିର୍ଦ୍ଦେଶ ଜାରି କରାଯିବ ।
ପୂର୍ବରୁ ବୁଲା କୁକୁରଙ୍କୁ ଅଲଗାସ୍ଥାନରେ ରଖି ବନ୍ଧ୍ୟାକରଣ, ଟିକାଦାନ ଓ ଖାଦ୍ୟ ବ୍ୟବସ୍ଥା କରିବାକୁ ସୁପ୍ରିମକୋର୍ଟ କହିଥିଲେ । ଏହା ଉପରେ କିଛି ସଂଗଠନ ଓ ସ୍ୱେଚ୍ଛାସେବୀ ଆପତ୍ତି କରି ପୁଣି ସୁପ୍ରିମକୋର୍ଟକୁ ଯାଇଥିଲେ । ସୁପ୍ରିମକୋର୍ଟ କିଛିଟା କୋହଳ ମନୋଭାବ ପୋଷଣ କରିଥିବା ବେଳେ ଆସନ୍ତା ୭ ତାରିଖରେ ନୂଆ ନୀତି ନିର୍ଦ୍ଧାରଣ ସହ ନିର୍ଦ୍ଦେଶ ଜାରି କରିବେ।
Comments are closed.