Latest Odisha News

BREAKING NEWS

ମହାରାଷ୍ଟ୍ର ରାଜନୀତି: ଆଜି ସାଢ଼େ ୧୦ ଟାରେ ସୁପ୍ରିମକୋର୍ଟଙ୍କ ରାୟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ଆଜି ମହାରାଷ୍ଟ୍ର ରାୟ । ତେବେ ସୋମବାର ମହାରାଷ୍ଟ୍ରର ରାଜନୈତିକ ସମ୍ବନ୍ଧୀୟ ଆବେଦନ ଉପରେ ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି ସୁପ୍ରିମକୋର୍ଟ। ମଙ୍ଗଳବାର ପୂର୍ବାହ୍ଣ ୧୦ଟା ୩୦ରେ ଏହି ରାୟ ପ୍ରକାଶ ପାଇବ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସଙ୍କ ସରକାରକୁ ସାମୟିକ ଆଶ୍ବସ୍ତି ମିଳିଛି। ଏନସିପିର ସମସ୍ତ ୫୪ ଜଣ ବିଧାୟକଙ୍କ ସମର୍ଥନ ବିଜେପି ପ୍ରତି ରହିଥିବା ଦର୍ଶାଇବା ସହିତ ରାଜ୍ୟପାଳଙ୍କ ନିଷ୍ପତ୍ତି ଉପରେ ଜବାବ ଦାଖଲ ଲାଗି ୨ରୁ ୩ ଦିନ ଅଧିକ ସମୟ ପ୍ରଦାନ କରିବାକୁ ବିଜେପି ସର୍ବୋଚ୍ଚ ଅଦାଲତଙ୍କୁ ନିବେଦନ କରିଛି।

ସୋମବାର ଦିନ ମହାରାଷ୍ଟ୍ର ରାଜ୍ୟପାଳଙ୍କ ପକ୍ଷରୁ ସଲିସିଟର୍ ଜେନେରାଲ୍ ତାଙ୍କ ପକ୍ଷ ରଖିଥିଲେ । ଅଜିତ ପାୱାରଙ୍କ ଓକିଲ ୫୪ ଜଣ ବିଧାୟକଙ୍କ ସମର୍ଥନ ନେଇ ଯୁକ୍ତି ବାଢିଥିଲେ ବୋଲି ଏନଡ଼ିଟିଭିରେ ପ୍ରକାଶିତ ଏକ ରିପୋର୍ଟରେ ଜଣାପଡ଼ିଛି । ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ଏହି ମାମଲାରେ କପିଲ୍ ଶିବଲ୍ ଶିବସେନା ପକ୍ଷରୁ ଲଢୁଥିଲେ । କପିଲଙ୍କ କହିବାନୁଯାୟୀ, ରାଜ୍ୟପାଳ ଏତେ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଏତେ ତରବର କାହିଁକି ହେଉଛନ୍ତି? ତେବେ ଏନସିପି ପକ୍ଷରୁ ଏହି ମାମଲା ଲଢୁଛନ୍ତି ଅଭିଷେକ ମନୁ ସିଂଘଭି । ମନୁ ତାଙ୍କର ଯୁକ୍ତିରେ ଦର୍ଶାଇଛନ୍ତି ଯେ, ଏନସିପିର ୫୪ ଜଣ ବିଧାୟକ ବିଜେପିକୁ ସମର୍ଥନ କରିବା କଥା ଲେଖିନାହାନ୍ତି ।

ଇତିମଧ୍ୟରେ, ଏନସିପିର ବରିଷ୍ଠ ନେତା ଜୟନ୍ତ ପାଟିଲ୍ ରାଜ୍ୟପାଳଙ୍କୁ ଭେଟି ୧୬୨ ଜଣ ବିଧାୟକଙ୍କ ଏକ ସମର୍ଥନ ପତ୍ର ପ୍ରଦାନ କରିଛନ୍ତି ବୋଲି ଗଣମାଧ୍ୟମ ସୂତ୍ରରୁ ଜଣାପଡ଼ିଛି । ଏନସିପି ନେତା ଶ୍ରୀ ପାଟିଲ୍ ଗଣମାଧ୍ୟମକୁ ସୂଚନାଦେଇ କହିଛନ୍ତି ଯେ, “ଏନସିପି ପକ୍ଷରୁ ୧୬୨ ଜଣ ବିଧାୟକଙ୍କ ସମର୍ଥନ ଥିବା ଏକ ପତ୍ର ରାଜ୍ୟପାଳଙ୍କୁ ପ୍ରଦାନ କରାଯାଇଛି । ଏବେ ଆମେ ରାଜ୍ୟପାଳଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରିଛୁ” । ସେହିପରି ଭାବେ ଏନସିପି ସୁପ୍ରିମୋ ଶରଦ ପାୱାର ଆଜି ମଧ୍ୟ ଦୃଢୋକ୍ତି ପ୍ରକାଶ କରି କହିଛନ୍ତି ଯେ, ଏନସିପି ଶିବସେନା ସହିତ ମିଶି ନୂତନ ସରକାର ଗଠନ କରିବ ।ଏଠାରେ ସୂଚନାଯୋଗ୍ୟ, ଶନିବାର ଦିନ ସକାଳ ୮ଟା ବେଳେ ମହାରାଷ୍ଟ୍ର ରାଜ୍ୟପାଳ ବିଜେପି ନେତା ଦେବେନ୍ଦ୍ର ଫଡ଼ନାଭିସ ଏବଂ ଏନସିପି ନେତା ଅଜିତ ପାୱାରଙ୍କୁ ଯଥାକ୍ରମେ ମୁଖ୍ୟମନ୍ତ୍ରୀ ଏବଂ ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥପାଠ କରାଇଥିଲେ ।ମହାରାଷ୍ଟ୍ରରେ ରାଜନୈତିକ ଡ୍ରାମା ଅନ୍ତ ଘଟିବା ପରିବର୍ତ୍ତେ ଏହା ଦ୍ରୁତଗତିରେ ବଢିଚାଲିଛି ।

ଶନିବାର ସକାଳେ ବିଜେପିର ଦେବେନ୍ଦ୍ର ଫଡ଼ନାଭିସ୍ ଅଚାନକ ଭାବେ ମୁଖ୍ୟମନ୍ତ୍ରୀ ଏବଂ ଏନସିପି ନେତା ଅଜିତ ପାୱାର ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ରାଜ୍ୟପାଳଙ୍କ ଏହି ତରବରିଆ ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ୍ କରିଥିଲେ ଏନସିପି-ଶିବସେନା ଏବଂ କଂଗ୍ରେସ । ମହାରାଷ୍ଟ୍ର ବିଧାନସଭାରେ ସରକାର ଗଠନ ଲାଗି ଶକ୍ତି ପରୀକ୍ଷା କରିଥାଆନ୍ତେ ଫଡ଼ନାଭିସଙ୍କ ବିଜେପି ଏବଂ ଅଜିତଙ୍କ ଏନସିପି । ମାତ୍ର ସୁପ୍ରିମକୋର୍ଟ ରାଜ୍ୟପାଳଙ୍କ ଏହି ଶକ୍ତି ପରୀକ୍ଷା ନିର୍ଦ୍ଦେଶକୁ ରୋକ୍ ଲଗାଇବା ସହିତ ସୋମବାର ଦିନ ଏସମ୍ପର୍କରେ ତାଙ୍କର ଚୂଡ଼ାନ୍ତ ରାୟ ପ୍ରକାଶ କରିଥାଆନ୍ତେ । ତେବେ ଆଜି ତାଙ୍କ ଶୁଣାଣିରେ ସୁପ୍ରିମକୋର୍ଟ ଆଜି ଅର୍ଥାତ ମଙ୍ଗଳବାର ଦିନ ୧୦ଟା ୩୦ ସମୟରେ ସଂରକ୍ଷିତ ରଖିଥିବା ଶୁଣାଣିର ଚୂଡ଼ାନ୍ତ ରାୟ ପ୍ରକାଶ କରିବେ ।

 

Leave A Reply

Your email address will not be published.