Latest Odisha News

୭୦ ବର୍ଷରେ ଭାରତୀୟ ସମ୍ବିଧାନ…

ଭୁବନେଶ୍ୱର: ଆଜି ସମ୍ବିଧାନ ଦିବସ । ପ୍ରତିବର୍ଷ ନଭେମ୍ବର ୨୬ ତାରିଖକୁ ସମ୍ବିଧାନ ଦିବସ ରୂପେ ପାଳନ କରାଯାଏ । ଚଳିତବର୍ଷ ଭାରତର ସମ୍ବିଧାନ ପୂରଣ କରିବାକୁ ଯାଉଛି ୭୦ ବର୍ଷ ।

ଏହି ଅବସରରେ ସଂସଦ ଓ ରାଷ୍ଟ୍ରପତି ଭବନକୁ ସୁଦୃଶ୍ୟ ଆଲୋକମାଳାରେ ସୁସଜ୍ଜିତ କରାଯାଇଛି ।

ନଭେମ୍ବର ୨୬ ତାରିଖ ୧୯୪୯ ମସିହାରେ ପ୍ରସ୍ତୁତ ହୋଇ ୨୬ ଜାନୁଆରୀ ୧୯୫୦ ରେ ଲାଗୁ କରାଯାଇଥିଲା ଭାରତର ସମ୍ବିଧାନ । ଡା.ବି.ଆର୍.ଆମ୍ବେଦକର ଭାରତ ସମ୍ବିଧାନକୁ ଦୁଇବର୍ଷ ଏଗାର ମାସ ଏବଂ ୧୮ ଦିନରେ ପ୍ରସ୍ତୁତ କରି ରାଷ୍ଟ୍ରକୁ ସମର୍ପିତ କରିଥିଲେ । ଭାରତର ସମ୍ବିଧାନ ବିଶ୍ୱର ସବୁଠାରୁ ବଡ ସମ୍ବିଧାନ ବୋଲି କୁହାଯାଏ ।

ଡା. ଆମ୍ବେଦକରଙ୍କ ଯୋଗଦାନ ଏବଂ ସମ୍ବିଧାନର ମହତ୍ତ୍ୱକୁ ପ୍ରସାର କରିବା ପାଇଁ ପ୍ରଥମ ଥର ପାଇଁ ଭାରତ ସରକାରଙ୍କ ଦ୍ୱାରା ୨୦୧୫ ମସିହାରେ ଏହିଦିନକୁ “ସମ୍ବିଧାନ ଦିବସ” ରୂପେ ପାଳନ କରାଗଲା ।

ସମ୍ବିଧାନ ପୁସ୍ତକ ପ୍ରସ୍ତୁତି ପାଇଁ କୌଣସି ଟାଇପିଙ୍ଗ୍ ମେସିନ୍ କିମ୍ବା ପଣ୍ଟିଙ୍ଗର ବ୍ୟବହାର କରାଯାଇନଥିଲା ।

ଅନ୍ୟପକ୍ଷରେ ଓଡ଼ିଶା ବିଧାନସଭା ପକ୍ଷରୁ ମଧ୍ୟ ସମ୍ବିଧାନ ଦିବସ ପାଳନ କରିବା ପାଇଁ ଆବଶ୍ୟକ ବନ୍ଦୋବସ୍ତ କରାଯାଇଛି।

ସୋମବାର ଦିନ ସର୍ବଦଳୀୟ ବୈଠକର ନିଷ୍ପତ୍ତି ଅନୁସାରେ, ମଙ୍ଗଳବାର ଅପରାହ୍ନ ୧୨ଟା ୧୫ ମିନିଟ୍‌ରେ ବିଧାନସଭାର ନୂଆ ସମ୍ମିଳନୀ କକ୍ଷରେ ସବୁ ବିଧାୟକଙ୍କ ଉପସ୍ଥିତିରେ ଏହାକୁ ପାଳନ କରାଯିବ ।ଏଥିପାଇଁ ବିଧାନସଭାକୁ ରଙ୍ଗୀନ ଆଲୋକମାଳାରେ ସଜାଯାଇଛି।

Leave A Reply

Your email address will not be published.