ନୂଆଦିଲ୍ଲୀ: ପ୍ରବର୍ତନ ନିର୍ଦ୍ଦେଶାଳୟର କାର୍ଯ୍ୟକଳାପକୁ ବିରୋଧ କରି ସରକାରଙ୍କ ଟାର୍ଗେଟ କରୁଥିବା ଅଭିଯୋଗକାରଙ୍କୁ ଆଜି ଶକ୍ତ ଧକା ଲାଗିଛି । ସୁପ୍ରିମକୋର୍ଟ ସମସ୍ତ ଆବେଦନକୁ ଖାରଜ କରିବା ସହ ଇଡି କ୍ଷମତାକୁ ବଳବତର ରଖିଛନ୍ତି । ମନି ଲଣ୍ଡରିଂ ଆକ୍ଟର ବ୍ୟବସ୍ଥାର ସାମ୍ବିଧାନିକତାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ୧୦୦ରୁ ଅଧିକ ଆବେଦନ କରାଯାଇଥିଲା । ଏଥିରେ କଂଗ୍ରେସ ନେତା କୀର୍ତି ଚିଦାମ୍ବରମ, ଏନସିପି ନେତା ଅନୀଲ ଦେଶମୁଖ ପ୍ରମୁଖ ରହିଥିଲେ । ଏହାର ଶୁଣାଣୀ କରି ସୁପ୍ରିମକୋର୍ଟ କହିଛନ୍ତି ୨୦୧୮ରେ ଆଇନରେ କରାଯାଇଥିବା ସଂଶୋଧନ ସଠିକ । ଏନଫୋର୍ସମେଂଟ କେସ ସୂଚନା ରିପୋର୍ଟ ଏଫଆଇଆର ସହ ଯୋଡା ହୋଇପାରିବ ନାହିଁ । ଅଭିଯୁକ୍ତଙ୍କୁ ଇସିଆଇଆର କପି ଦେବା ମଧ୍ୟ ଜରୁରୀ ନୁହେଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ୧୭ ବର୍ଷ ପୂର୍ବେ ପିଏମଏଲଏ ଆକ୍ଟ ଲାଗୁ ହୋଇଥିଲା । ୫୪୨୨ ମାମଲାରୁ କେବଳ ୨୩ ଜଣ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଏକ ଲକ୍ଷ କୋଟିରୁ ଅଧିକ ମୂଲ୍ୟର ସମ୍ପତି ଇଡି ସଲଗ୍ନ କରିଛି । ସୁପ୍ରିମକୋର୍ଟ ବରିଷ୍ଠ ଆଇନଜୀବୀ କପିଳ ସିବଲ ଓ ଅଭିଷେକ ମନୁ ସିଂଘଭୀଙ୍କ ସମେତ ଅନ୍ୟମାନେ ଏହି ମାମଲାରେ ପକ୍ଷ ଉପସ୍ଥାପନ କରିଥିଲେ ।
BREAKING NEWS
- ‘ବିକାଶ ରାଜନୀତି କରନ୍ତି ନାହିଁ ରାହୁଲ, ବଙ୍ଗଳା ଏବଂ ତାମିଲନାଡୁରେ ମଧ୍ୟ କଂଗ୍ରେସ ହାରିବା ନିଶ୍ଚିତ’
- ଅଧିନାୟକ ଭାବେ ଟି୨୦ରେ ୩୦୦ ଛକା ମାରିଲେ ପୋଲାର୍ଡ
- Bir Billing Paragliding Crash: ପାରାଗ୍ଲାଇଡିଂ କରୁଥିଲେ ସାବଧାନ! ପାରାଗ୍ଲାଇଡର ଦୁର୍ଘଟଣାଗ୍ରସ୍ତ, ଅଭିଜ୍ଞ ପାଇଲଟଙ୍କ ମୃତ୍ୟୁ
- ଗମ୍ଭୀରଙ୍କ ବଦଳରେ ଲକ୍ଷ୍ମଣ କୋଚ ହେବା ଖବରକୁ ଖଣ୍ଡନ କଲା ବିସିସିଆଇ
- ଜାନୁଆରୀ ୨ଯାଏଁ କଲବଲ କରିବ ଘନ କୁହୁଡି…
- ରାଜ୍ୟର ୨୩ ଜିଲ୍ଲାରେ ସରିଲାଣି ସରକାରୀ ଓକିଲ ନିଯୁକ୍ତି
- ରଥଯାତ୍ରା ପୂର୍ବରୁ ଗଣତି ମଣତି: ଆଇନ ମନ୍ତ୍ରୀ
- ବିଜୁ ଯୁବ ଜନତା ଦଳ ଓ ବିଜୁ ଛାତ୍ର ଜନତା ଦଳ କର୍ମକର୍ତ୍ତାଙ୍କ ନାଁ ଘୋଷଣା
- ହୋମଗାର୍ଡ ଚାକିରି ପାଇଁ ଲାଇନରେ ସ୍ନାତକ ଏବଂ ସ୍ନାତକୋତ୍ତର ପ୍ରାର୍ଥୀ…
- କୋହଲିଙ୍କୁ ନେଇ ସିଦ୍ଧୁଙ୍କ ପୋଷ୍ଟ ହେଉଛି ଭାଇରାଲ
Comments are closed.