ନୂଆଦିଲ୍ଳୀ: ଅନୁସୂଚିତ ଜାତି ଓ ଜନଜାତି ସଂଶୋଧନ ଆଇନ ୨୦୧୮କୁ ଚାଲେଂଜ କରି ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି । ଏସ୍ସି/ଏସ୍ଟି ସଂଶୋଧନ ଆଇନ ବିରୋଧରେ ହୋଇଥିବା ଆବେଦନକୁ ଖାରଜ କରିଛନ୍ତି ଜଷ୍ଟିସ ଅରୁଣ ମିଶ୍ରା, ଜଷ୍ଟିସ ବିନିତ ଶରଣ ଓ ଜଷ୍ଟିସ ରବିନ୍ଦ୍ର ଭଟ୍ଟଙ୍କ ଖଣ୍ଡପୀଠ । ଫଳରେ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରସ୍ତୁତ ଆଇନ କାଏମ ରହିଛି । ଏଣିକି ଏସ୍ସି-ଏସ୍ଟି ସଂଶୋଧନ ଆଇନ ଅନୁଯାୟୀ ଅଭିଯୋଗ ପରେ ଏଫ୍ଆଇଆର୍ ରୁଜୁ ହେବ ଏବଂ ଗିରଫଦାରୀ ମଧ୍ୟ ହେବ । ଗିରଫ ବ୍ୟକ୍ତିଙ୍କୁ ଅଗ୍ରମି ଜାମିନ ମଧ୍ୟ ମିଳିବ ନାହିଁ ।
୨୦୧୮ ମାର୍ଚ୍ଚ ୨୦ ତାରିଖରେ ଅନୁସୂଚିତ ଜାତି ଓ ଜନଜାତି ଅଧିନିୟମ ୧୯୮୯ର ଦୂରୁପଯୋଗ ହେଉଥିବା ଅନୁଭବ କରି ତୁରନ୍ତ ଗିରଫ ଓ ଏଫ୍ଆଇର ଉପରେ ରୋକ ଲଗାଇଥିଲେ । ପ୍ରଥମେ ତଦନ୍ତ କରିବା ପରେ ମାମଲା ରୁଜୁ ଓ ଅଭିଯୋଗ ପ୍ରମାଣିତ ହେବା ପରେ ଗିରଫ କରାଯାଇପାରିବ ବୋଲି ରାୟ ଶୁଣାଇଥିଲେ ସୁପ୍ରିମକୋର୍ଟ ।
ତେବେ ସୁପ୍ରିମକୋର୍ଟଙ୍କ ରାୟକୁ ଓଲଟାଇବା ପାଇଁ ଅଧ୍ୟାଦେଶ ଆଣି ସଂସଦରେ ପାରିତ କରିଥିଲେ କେନ୍ଦ୍ର ସରକାର । ଯାହାକୁ ସୁପ୍ରିମକୋର୍ଟରେ ଚାଲେଂଜ କରାଯାଇଥିଲା । ଆଜି ଏହି ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ଏସ୍ସି/ଏସ୍ଟି ସଂଶୋଧନ ଆଇନର ବୈଧତାକୁ କାଏମ ରଖିଛନ୍ତି ।
BREAKING NEWS
- ଶୁଭଶ୍ରୀ ମହାରଣାଙ୍କୁ ମିଳିଲା ଅନସୂୟା ମହାପାତ୍ର ସ୍ମୃତି ଲେଖିକା ପୁରସ୍କାର
- Odisha Assembly Adjourned on March 16: ଆସନ୍ତା ୧୬ରେ ଚାଲିବନି ବିଧାନସଭା, ରାଜ୍ୟସଭା ପାଇଁ ପଡ଼ିବ ଭୋଟ
- Iran Allows Indian Tanker Pass Hormuz: ବନ୍ଧୁତ୍ୱ ନିଭେଇଛି ଇରାନ, ଭାରତ ଉପରୁ ଟଳିବ ସଂକଟ
- US Places 10 Million Dollar Bounty on Iran Leaders: ଇରାନୀ ନେତାଙ୍କ ଉପରେ ୧୦ ନିୟୁତ ଡଲାର ପୁରସ୍କାର ରଖିଲା ଆମେରିକା, ଅଛି ମୋଜତାବା ଖାମେନେଇଙ୍କ ନାଁ
- Oust CEC Over ‘discriminatory conduct’: ୧୯୩ ସାଂସଦଙ୍କ ସାଇନ୍…ପଦରୁ ହଟିବେ କି ଜ୍ଞାନେଶ କୁମାର? CECଙ୍କୁ ହଟାଇବା ପାଇଁ କ’ଣ ରହିଛି ପ୍ରକ୍ରିୟା?
- Woman Kills 2 Minor Daughters: ଦୁଇ ଶିଶୁକନ୍ୟାଙ୍କୁ କୂଅକୁ ଠେଲି ମାରିଦେଲା ମାଆ!
- US Forces Targets on Iranian Island: ଖର୍ଗ ଆଇଲାଣ୍ଡ ଉପରେ ଆମେରିକାର ଆକ୍ରମଣ, ଇରାନର ସାମରିକ ଘାଟି ନଷ୍ଟ ନେଇ ଦାବି କଲେ ଟ୍ରମ୍ପ
- PM Modi hits out at Congress: ‘ତେଲ, ଏଲପିଜି ନେଇ ଦେଶକୁ ଭ୍ରମିତ କରୁଛି କଂଗ୍ରେସ’, ଆସାମରେ ବର୍ଷିଲେ ପ୍ରଧାନମନ୍ତ୍ରୀ ମୋଦି
- ଲୋମହର୍ଷକ ଘଟଣା:ନିଜ ଜନ୍ମ କଲା ୨ ଶିଶୁ କନ୍ୟାଙ୍କୁ କୂଅରେ ପକାଇ ହତ୍ୟା କଲା ମା’
- ଏସଜେଏଫଆଇର ୫୦ତମ ବାର୍ଷିକ ସମ୍ମିଳନୀ ଉଦଘାଟିତ
Comments are closed.