ନୂଆଦିଲ୍ଳୀ: ଅନୁସୂଚିତ ଜାତି ଓ ଜନଜାତି ସଂଶୋଧନ ଆଇନ ୨୦୧୮କୁ ଚାଲେଂଜ କରି ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି । ଏସ୍ସି/ଏସ୍ଟି ସଂଶୋଧନ ଆଇନ ବିରୋଧରେ ହୋଇଥିବା ଆବେଦନକୁ ଖାରଜ କରିଛନ୍ତି ଜଷ୍ଟିସ ଅରୁଣ ମିଶ୍ରା, ଜଷ୍ଟିସ ବିନିତ ଶରଣ ଓ ଜଷ୍ଟିସ ରବିନ୍ଦ୍ର ଭଟ୍ଟଙ୍କ ଖଣ୍ଡପୀଠ । ଫଳରେ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରସ୍ତୁତ ଆଇନ କାଏମ ରହିଛି । ଏଣିକି ଏସ୍ସି-ଏସ୍ଟି ସଂଶୋଧନ ଆଇନ ଅନୁଯାୟୀ ଅଭିଯୋଗ ପରେ ଏଫ୍ଆଇଆର୍ ରୁଜୁ ହେବ ଏବଂ ଗିରଫଦାରୀ ମଧ୍ୟ ହେବ । ଗିରଫ ବ୍ୟକ୍ତିଙ୍କୁ ଅଗ୍ରମି ଜାମିନ ମଧ୍ୟ ମିଳିବ ନାହିଁ ।
୨୦୧୮ ମାର୍ଚ୍ଚ ୨୦ ତାରିଖରେ ଅନୁସୂଚିତ ଜାତି ଓ ଜନଜାତି ଅଧିନିୟମ ୧୯୮୯ର ଦୂରୁପଯୋଗ ହେଉଥିବା ଅନୁଭବ କରି ତୁରନ୍ତ ଗିରଫ ଓ ଏଫ୍ଆଇର ଉପରେ ରୋକ ଲଗାଇଥିଲେ । ପ୍ରଥମେ ତଦନ୍ତ କରିବା ପରେ ମାମଲା ରୁଜୁ ଓ ଅଭିଯୋଗ ପ୍ରମାଣିତ ହେବା ପରେ ଗିରଫ କରାଯାଇପାରିବ ବୋଲି ରାୟ ଶୁଣାଇଥିଲେ ସୁପ୍ରିମକୋର୍ଟ ।
ତେବେ ସୁପ୍ରିମକୋର୍ଟଙ୍କ ରାୟକୁ ଓଲଟାଇବା ପାଇଁ ଅଧ୍ୟାଦେଶ ଆଣି ସଂସଦରେ ପାରିତ କରିଥିଲେ କେନ୍ଦ୍ର ସରକାର । ଯାହାକୁ ସୁପ୍ରିମକୋର୍ଟରେ ଚାଲେଂଜ କରାଯାଇଥିଲା । ଆଜି ଏହି ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ଏସ୍ସି/ଏସ୍ଟି ସଂଶୋଧନ ଆଇନର ବୈଧତାକୁ କାଏମ ରଖିଛନ୍ତି ।
BREAKING NEWS
- ଜଳିଗଲା ୨୦ରୁ ଅଧିକ ବାଇକ୍,ପୋଲିସ କରିଥିଲା ସିଜ୍
- ରେଳଷ୍ଟେସନରୁ ୫ ଆନ୍ତଃରାଜ୍ୟ ଚାଲାଣକାରୀ ଗିରଫ,ଗଞ୍ଜେଇ ଜବତ
- ଉଦୟଗିରିରେ ଅର୍ନ୍ତଜାତୀୟ ବୌଦ୍ଧ ସମ୍ମିଳନୀ ଉଦଘାଟିତ, ଦେଶ ବିଦେଶରୁ ଆସିଛନ୍ତି ୧୭୦୦ରୁ ବୌଦ୍ଧ ଧର୍ମାବଲମ୍ବୀ
- Cyber Fraud Busted: ପୋଲିସ ହାତରେ ଧରାପଡିଲେ ୧୨ ଆନ୍ତଃରାଜ୍ୟ ସାଇବର ଲୁଟେରା
- Hero Hockey India League:ହ୍ୟାଟ୍ରିକ ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷରେ କଳିଙ୍ଗ ଲାନସର୍ସ
- କୋହଲି, ଗିଲଙ୍କ ଆକର୍ଷଣୀୟ ପ୍ରଦର୍ଶନ: ପ୍ରଥମ ଦିିନିକିଆରେ ଭାରତ ବିଜୟୀ
- ଆସନ୍ତା ୧୫ରେ ବରଗଡ଼ ବନ୍ଦ
- ଝାରସୁଗୁଡ଼ାରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ
- ସଚିନଙ୍କୁ ପଛରେ ପକାଇ ବିଶ୍ୱରେକର୍ଡ କଲେ କିଙ୍ଗ କୋହଲି
- Fire In Ama Bus: ଗତ ୨୪ ଘଣ୍ଟା ମଧ୍ୟରେ ଦୁଇଟି ‘ଆମ ବସ’ରେ ଅଗ୍ନିକାଣ୍ଡ
Comments are closed.