Latest Odisha News

ସୁପ୍ରିମକୋର୍ଟଙ୍କ ବଡ ନିଷ୍ପତି; ବୁଲା କୁକୁର କାମୁଡ଼ିଲେ ରାଜ୍ୟ ସରକାର ଦେବେ କ୍ଷତିପୂରଣ

ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆର ଅନେକ ସହରରେ ବୁଲା କୁକୁରଙ୍କ ଆତଙ୍କ ବୃଦ୍ଧିପାଉଥିବାରୁ ଆଜି ସୁପ୍ରିମକୋର୍ଟ ଏନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି।

ସୁପ୍ରିମକୋର୍ଟ ଖଣ୍ଡପୀଠ କୁକୁର କାମୁଡ଼ାକୁ ନେଇ ଚେତାବନୀ ଦେଇ କହିଛନ୍ତି ଯେ ଯଦି କୌଣସି ଶିଶୁ କିମ୍ବା ବୃଦ୍ଧ ବ୍ୟକ୍ତି ବୁଲା କୁକୁର କାମୁଡ଼ାର ଶିକାର ହୁଅନ୍ତି। ଏଥିଯୋଗୁଁ ଯଦି ସେମାନେ ଆହତ ହୁଅନ୍ତି କିମ୍ବା ମୃତ୍ୟୁବରଣ କରନ୍ତି ତେବେ ରାଜ୍ୟ ସରକାରମାନେ କ୍ଷତିପୂରଣ ଦେବା ପାଇଁ ବାଧ୍ୟ ହେବେ।

ଏଥିସହିତ କୁକୁର ମାନଙ୍କୁ ଖାଦ୍ୟ ଦେଉଥିବା ଲୋକମାନେ ମଧ୍ୟ ଏପରି ଘଟଣା ପାଇଁ ଦାୟୀ ଓ ସେମାନଙ୍କୁ ଏହି ବୁଲା କୁକୁର ମାନଙ୍କୁ ନିଜ ଘରକୁ ନେଇ ଯିବାକୁ ମଧ୍ୟ ସୁପ୍ରିମକୋର୍ଟର ବିଚାରପତି ବିକ୍ରମ ନାଥ ଅସନ୍ତୋଷ ପ୍ରକାଶ କରି କହିଛନ୍ତି। ଏହି କୁକୁରମାନେ ଲୋକଙ୍କୁ ଡରାଇ କାମୁଡୁଥିବା ମଧ୍ୟ ସେ କହିଛନ୍ତି। କୁକୁର କାମୁଡ଼ାର ବର୍ଦ୍ଧିତ ସଂଖ୍ୟାକୁ ନଜରରେ ରଖି ୨୦୨୫ ନଭେମ୍ବର ୭ରେ ସୁପ୍ରିମକୋର୍ଟ ସମସ୍ତ ଶିକ୍ଷାନୁଷ୍ଠାନ, ହସ୍ପିଟାଲ, ବସ୍ ଷ୍ଟାଣ୍ଡ, କ୍ରୀଡା କମ୍ପ୍ଲେକ୍ସ ଏବଂ ରେଳ ଷ୍ଟେସନରୁ ବୁଲା କୁକୁରମାନଙ୍କୁ ହଟାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏଥିସହିତ ସରକାରୀ ଏବଂ ସାର୍ବଜନୀନ ସ୍ଥାନରେ କୁକୁରମାନଙ୍କୁ ପ୍ରବେଶ କରିବାକୁ ମଧ୍ୟ ଅନୁମତି ଦିଆଯିବ ନାହିଁ ବୋଲି କୋର୍ଟ ତରଫରୁ କୁହାଯାଇଥିଲା। ଯାହାକୁ ଅନେକ ଲୋକ ବିରୋଧ ମଧ୍ୟ କରିଥିଲେ।

Comments are closed.