Latest Odisha News

ଏଣିକି ଛାଡପତ୍ର ପରେ ମୁସଲିମ ମହିଳାଙ୍କୁ ମିଳିବ ଭରଣପୋଷଣ

ନୂଆଦିଲ୍ଲୀ: ଛାଡ଼ପତ୍ର ପରେ ବି ଆଇନଗତ ଦୃଷ୍ଟିରୁ ସ୍ତ୍ରୀର ଭରଣ ପୋଷଣ ଦାୟିତ୍ୱ ନେବାକୁ ସ୍ୱାମୀ ବାଧ୍ୟ। ରକ୍ଷଣାବେକ୍ଷଣ କ୍ଷେତ୍ରରେ ଧର୍ମ ବାଧା ସୃଷ୍ଟି କରିପାରିବ ନାହିଁ ବୋଲି ସର୍ବୋଚ୍ଚ ଅଦାଲତ ଏକ ମାମଲା ର ଶୁଣାଣି କରି କହିଛନ୍ତି। ମୁସଲିମ ମହିଳାଙ୍କ ଅଧିକାରକୁ ନେଇ ସୁପ୍ରିମକୋର୍ଟ ଏଭଳି ରାୟ ଶୁଣାଇଛନ୍ତି।

ସୂଚନା ଅନୁସାରେ, ତେଲାଙ୍ଗାନାର ଜଣେ ମୁସଲିମ ମହିଳା ଓ ତାଙ୍କ ସ୍ୱାମୀ ମହମ୍ମଦ ଅବଦୁଲ ମସାଦଙ୍କ ମଧ୍ୟରେ ୨୦୧୭ରେ ଛାଡ଼ପତ୍ର ହୋଇଥିଲା। ମହିଳା ଜଣକ CrPCର ଧାରା ୧୨୫ଅନୁଯାୟୀ ସ୍ୱାମୀଙ୍କଠୁ ଭରଣ ପୋଷଣ ପାଇଁ ଦାବି କରିଥିଲେ।

ତେବେ ଜଷ୍ଟିସ ବିଭି ନାଗାରତ୍ନ ଓ ଜଷ୍ଟିସ ଅଗସ୍ତିନ ଗର୍ଗ ମାସିହ ଏହାର ଶୁଣାଣି କରିଥିଲେ। CrPCର ଧାରା ୧୨୫ ଅନୁସାରେ ଛାଡ଼ପତ୍ର ପରେ ବି ସ୍ୱାମୀ, ସ୍ତ୍ରୀର ଭରଣ ପୋଷଣ ଦାୟିତ୍ୱ ନେବାକୁ ବାଧ୍ୟ। ଏଥିସହିତ ସ୍ତ୍ରୀକୁ ମାସିକ ୨୦ହଜାର ଟଙ୍କାର ଭରଣ ପୋଷଣ ଦେବାକୁ ଅବଦୁଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।

ସର୍ବୋଚ୍ଚ ଅଦାଲତ ଆହୁରି ମଧ୍ଯ କହିଛନ୍ତି, ଭାରତୀୟ ପୁରୁଷମାନେ ନିଜ ପତ୍ନୀଙ୍କ ତ୍ୟାଗକୁ ଚିହ୍ନିବା ଉଚିତ୍। ମହିଳାମାନଙ୍କ ଭରଣ ପୋଷଣ କ୍ଷେତ୍ରରେ କୌଣସି ଧର୍ମ ବାଧା ସୃଷ୍ଟି କରିପାରିବ ନାହିଁ। କେବଳ ମୁସଲିମ ମହିଳା ନୁହଁନ୍ତି, ସମସ୍ତ ଧର୍ମର ମହିଳା ରକ୍ଷଣାବେକ୍ଷଣର ଅଧିକାର ପାଇଛନ୍ତି।

Comments are closed.