Latest Odisha News

BREAKING NEWS

ନିଟ୍‌-ପିଜି ପରୀକ୍ଷାକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: ନିଟ୍‌-ପିଜି ପରୀକ୍ଷାକୁ ନେଇ ଶୁକ୍ରବାର ସର୍ବୋଚ୍ଚନ୍ୟାୟାଳୟଙ୍କ ବଡ ନିଷ୍ପତ୍ତି । ଏଣିକି ଗୋଟିଏ ସିଟିଂରେ ହେବ ନିଟ୍‌-ପିଜି ପରୀକ୍ଷା । ନିଟ୍‌-ପିଜି 2025 ପରୀକ୍ଷାକୁ ୨ଟି ସିଟିଂରେ ଆୟୋଜନ କରିବା ସମ୍ପର୍କିତ ଏକ ବିଜ୍ଞପ୍ତିକୁ ଚ୍ୟାଲେଞ୍ଜ କରି ଦାୟର ହୋଇଥିବା ଏକ ଆବେଦନ ଉପରେ ଶୁଣାଣି କରି ସର୍ବୋଚ୍ଚ ଅଦାଲତ ଏହି ନିର୍ଦ୍ଦେଶ ଦେଇଛନ୍ତି ।

କୋର୍ଟ କହିଛନ୍ତି ଯେ, ୨ଟି ସିଟିଂରେ ପରୀକ୍ଷା ଆୟୋଜନ “ଅନିୟମିତତା” ସୃଷ୍ଟି କରୁଛି ଏବଂ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ)କୁ ଗୋଟିଏ ସିଫ୍ଟରେ ପରୀକ୍ଷା ଆୟୋଜନ ପାଇଁ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଛାତ୍ରଛାତ୍ରୀଙ୍କୁ ସମାନ ପରିବେଶର ସୁଯୋଗ ମିଳିବା ଉଚିତ୍ । ପୂର୍ବ ନିର୍ଦ୍ଧାରିତ ଜୁନ୍‌ ୧୫ ତାରିଖରେ ହେବ ନିଟ୍‌-ପିଜି ପରୀକ୍ଷା । ମୁଖ୍ୟ ବିଚାରପତି ବି ଆର ଗଭାଇ ଏବଂ ବିଚାରପତି ଅଗଷ୍ଟିନ ଜର୍ଜ ମସିହଙ୍କୁ ନେଇ ଗଠିତ ଖଣ୍ଡପୀଠ ରାୟ ଦେଇ କହିଛନ୍ତି ।

ଏନଟିଏକୁ ପରୀକ୍ଷା ଆୟୋଜନରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ସୁନିଶ୍ଚିତ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଖଣ୍ଡପୀଠ ଗତ ମେ ୫ ତାରିଖରେ ଏହି ଆବେଦନ ଉପରେ ଜାତୀୟ ପରୀକ୍ଷା ବୋର୍ଡ (ଏନବିଇ), ଜାତୀୟ ଚିକିତ୍ସା ଆୟୋଗ ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟଙ୍କଠାରୁ ଜବାବ ମାଗିଥିଲେ ।

Comments are closed.