ମୁମ୍ବାଇ: ରିପବ୍ଲିକ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ମିଳିଲା ଜାମିନ । ସୁପ୍ରିମକୋର୍ଟ ତାଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି । ଫଳରେ ସେ ୮ ଦିନ ପରେ ଜେଲ୍ରୁ ମୁକ୍ତି ପାଇବେ ।
୨୦୧୮ ଏକ ଆତ୍ମହତ୍ୟା ମାମଲାରେ ମୁମ୍ବାଇ ପୋଲିସ ଅର୍ଣ୍ଣବଙ୍କୁ ଗିରଫ କରିଥିଲା । ତାଙ୍କୁ ମୁମ୍ବାଇ ପୋଲିସ ଅନଭୟ ନାଏକ ଆତ୍ମହତ୍ୟା ମାମଲାରେ ଗିରଫ କରିଥିଲା । ନଭେମ୍ବର ୪ ତାରିଖରେ ମୁମ୍ବାଇ ପୋଲିସ ଘରେ ପଶି ଅର୍ଣ୍ଣବଙ୍କୁ ଉଠାଇ ଆଣିଥିଲା ବୋଲି ଅଭିଯୋଗ ହୋଇଥିଲା।
ପୂର୍ବରୁ ଅର୍ଣ୍ଣବଙ୍କ ଜାମିନ ଆବେଦନ ଖାରଜ କରିଥିଲେ ବମ୍ବେ ହାଇକୋର୍ଟ। ବମ୍ବେ ହାଇକୋର୍ଟରୁ ନିରାଶ ପରେ ସୁପ୍ରିମକୋର୍ଟ ଯାଇଥିଲେ ଅର୍ଣ୍ଣବ। ଆଜି ତାଙ୍କୁ ସର୍ବୋଚ୍ଚ ଅଦାଲତରୁ ଜାମିନ ମିଲିଛି।
Comments are closed.